-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ଲୋଇସିଂହା ଉତ୍ସବ ଆୟୋଜକ କମିଟି ଆନୁକୂଲ୍ୟରେ ଲୋଇସିଂହା ଦୁର୍ଗାମଣ୍ଡପ ପାଖରେ ପବିତ୍ର ପୌଷପୁର୍ଣିମା ଉତ୍ସବ ପାଳିତ ହୋଇଯାଇଛି l ଆଜିର ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ସୁରେଶ ମହାଲିଙ୍ଗ ଓ ନେହେରୁ ବାଗ ଯୋଗ ଦେଇଥିଲେ l ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର କୋଭିଡି-19କୁ ଆଖିରେ ରଖି ଲୋଇସିଂହା ପଡା ପଡା ଘରକୁ ଯାଇ ପିଠା ଓ ମଣ୍ଡl ବଣ୍ଟନ କରିଥିଲେ l ଅନ୍ୟ ଅତିଥି ମଧ୍ୟରେ ଲୋଇସିଂହା ସରପଞ୍ଚ ସୁନୀଲ ଅଗ୍ରୱାଲ ଓ ଲୋଇସିଂହା ଜମିଦାର ବଡେବାବା ମଂଚାସୀନ ଥିଲେ l ତା ସାଙ୍ଗକୁ ଆୟୋଜକ କମିଟିର ବିଭୁତି ପଧାନ, ସଭାପତି ବଳରାମ ସିଂ ରାଏ, ଉପ ସଭାପତି ସରୋଜ ସାହୁ, ସମ୍ପାଦକ ରବିନ୍ଦ୍ର ପୁଟେଲ, ସହ ସମ୍ପାଦକ ରଂଜିତ ରାଏ, କାର୍ଯ୍ୟକାରୀ ସଭାପତି ଭୁଥନାଥ ନାଏକ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରି ସାଫଲ୍ୟମଣ୍ଡିତ କରିଥିଲେ l ଏହି ଉତ୍ସବରେ କବାଡି, ମେଣ୍ଢା ଲଢେଇ, ଦଣ୍ଡନୃତ୍ୟ ଓ ଦୂଲଦୁଲି ର ଆୟୋଜନ କରାଯାଇ ପୁରସ୍କୃତ ବିତରଣ ରଖା ଯାଇଥିଲା l