-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ବରପାଲି (ସୁଦାମ ଦୀପ)
.ବରଗଡ ଜ଼ିଲ୍ଲା ଅନ୍ତର୍ଗତ ବରପାଲି କୃଷକ ଉଦପାଦକ ସଂଗଠନ ର ବାର୍ଷିକ ସାଧାରଣ ସଭା ନେହେରୁ ନଗର ଠାରେ ସଂଗଠନ ର ସଭାପତି ରମେଶ ଚନ୍ଦ୍ର ପାଣ୍ଡେ ଙ୍କ ସଭାପତିତ୍ୱ ରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନୃସିଂହ ଚରଣ ବାରିକ ସିନିୟର ବୈଜ୍ଞାନିକ କେଭିକେ ଗମ୍ଭାରୀପାଲି, ଦିବାଙ୍କର ଜେନା, ସିଡ଼ସ ବୈଜ୍ଞାନିକ ଯୋଗଦାନ କରିଥିବାବେଳେ, ନିହାର ଭୋଇ, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ , ସୁବଲ ପଧାନ, ସହକାରୀ କୃଷି ଅଧିକାରୀ, ଅଗ୍ରଣୀ ଚାଷୀ ନିରାକାର ଠାକୁର, ପ୍ରଶାନ୍ତ କର୍ଣ, ଗ୍ରାମ୍ୟ କୃଷି ଅଧିକାରୀ, ଜଳନ୍ଧର ପଧାନ, ପୂର୍ବତନ ଏମଡି, ସୌରଭ ମିଶ୍ର, ଡିଏମ ମହାଶକ୍ତି ଫାଉଣ୍ଡେସନ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରତିମା ସାହୁ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାର୍ଷିକ ଆୟ ବ୍ୟୟ ପଠନ କରିଥିବା ବେଳେ ସଭାପତି ପାଣ୍ଡେ ନିଜର ସଭାପତି ଅଭିଭାଷଣ ରଖିଥିଲେ l ଏହି ଅବସରରେ ଅମ୍ବାଭନା ଏଫପିଓ ରୁ ଆସିଥିବା ସୁଲେଖା ନାୟର ନିଜର ଅନୁଭୂତି ବର୍ଣନା କରିଥିବା ବେଳେ ସିଆରପି ନଳିନୀ ସେଠ୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଏଫପିଓ ର ବିଓଡି ଫୁଲ ରଣା, ଦେବରାଜ ରଣା ଏବଂ ସଭ୍ୟ ମାନେ ଯୋଗଦାନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଏକାଉଣ୍ଟେଣ୍ଟ ପମି ଭୁଏ ଏବଂ ଏଫପିଓ ର ମନୋଜ ରଣା ପ୍ରମୁଖ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁବୋଧ କୁମାର ସାହୁ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ l