-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମହିଳାଙ୍କ ସୁରକ୍ଷା ନେଇ ବିନିକା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ଏଥିରେ ସୁବର୍ଣ୍ଣପୁର ଡିଏଲଏସଏ ସମ୍ପାଦକ ଦେବାଶିଷ ଦାଶ ମୁଖ୍ୟ ଅତିଥି,ଏଡିଏମଓ ରମେଶ ଚନ୍ଦ୍ର ସ୍ୱାଇଁ ମୁଖ୍ୟବକ୍ତା,ବିନିକା ମେଡିକାଲ ଅଫିସର ସତ୍ୟ ନାରାୟଣ ପାଣିଗ୍ରାହୀ,ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ,ପିଏଲଭି ଡ଼ ବି ଏଲ ପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିକଟିମ ଅଫ ଏସିଡ ଏଟେକ ସ୍କିମ ୨୦୧୬,ଭିକଟିମ କମ୍ପେସେସନ ସ୍କିମ ଏବଂ ପସ୍କୋ ଆକଟରେ ଥିବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଛାତ୍ରୀ ମାନଙ୍କୁ ସୁରକ୍ଷା ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଥିଲା। ଆୟୋଜିତ ସଚେତନତା ଶିବିର ସଭାକୁ ଅଧ୍ୟାପିକା ବୈଜୟନ୍ତୀ ସାହୁ ସଂଯୋଜନା କରିଥିବା ବେଳେ ଶେଷରେ ଅଧ୍ୟାପକ ସବ୍ୟସାଚୀ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଶିବିରରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧ୍ୟୟନରତ ଛାତ୍ରୀ ଉପସ୍ଥିତ ଥିଲେ।