-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି ବୈଠକ

09-Sep-2025



ସାଲେଭଟା(ପ୍ରେରଣା ଖବର): ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ଆହ୍ବାନ କ୍ରମେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ସଂଘର ଆନ୍ଦୋଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ଶିକ୍ଷକ ସଂଘର ସଭାପତି ରାଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୨ ସେପ୍ଟେମ୍ବର ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନ ତଥା ୧୩ସେପ୍ଟେମ୍ବର ରେ ଜିଲ୍ଲା ସ୍ତରରେ ହେବାକୁ ଥିବା ପ୍ରତିବାଦ ସଭାର ପ୍ରାକ୍ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲାର ସମସ୍ତ ବ୍ଲକରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟମାନେ ଯୋଗ ଦେଇଥିଲେ । ୨୦୦୪ ରୁ ୨୦୧୩ ମଧ୍ୟରେ ଠିକା ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଏବଂ ୨୦୨୨ ରିପିଲ ଦ୍ୱାରା ଉପେକ୍ଷିତ ହୋଇଥିବା ଶିକ୍ଷକମାନେ, ଓଡିଶା ସରକାରଙ୍କ ଆର୍ଥିକ ଦୂରବସ୍ଥା ସମୟରେ ମାତ୍ର ୨୫୦୦ଟଙ୍କା ଓ ୧୫୦୦ ଟଙ୍କା ମାସିକ ଦରମାରେ ଶିକ୍ଷାଦାନ କରିଥିଲେ । ସରକାର ୨୦୦୩ ମସିହାରେ ଓ ୨୦୦୫ ମସିହାରେ ଠିକା ଶିକ୍ଷକ ନିଯୁକ୍ତି ବିଜ୍ଞାପନ ରେ ସେତେବେଳେ ଆର୍ଥିକ ସଙ୍କଟ ତଥା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ଠିକା ନିଯୁକ୍ତି ଦିଆଯାଇଥିବା ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ । ସେହି ଆର୍ଥିକ ଦୂରବସ୍ଥା ସମୟରେ ଏହି ଶିକ୍ଷକମାନେ ଭୁଶୁଡି ଯାଉଥିବା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ଉନ୍ନତି ଆଣିଥିଲେ । ସେ ସମୟରେ ମେଟ୍ରିକ ପରୀକ୍ଷା ଫଳ ୫୦ ରୁ ୬୦ ପ୍ରତିଶତ ହେଉଥିଲା ଓ ଅନେକ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫଳ ଶୂନ ହେଉଥିଲା । ଠିକା ନିଯୁକ୍ତି ଦେଇ ତତ୍କାଳୀନ ସରକାର ରାଜସ୍ୱ ଭରଣା କଲେ ଓ ଧୀରେ ଧୀରେ ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସିଲା । ଆର୍ଥିକ ସ୍ଥିତିରେ ସୁଧାର ଆସିବା ପରେ ସରକାର ୨୦୨୨ କଣ୍ଟ୍ରାଚୁଏଲ ରିପିଲ ଏଣ୍ଡ ସ୍ପେସିଆଲ ପ୍ରଭିିଜନ ରୁଲ ୨୦୨୨ ରିପିଲ ରୁଲ ଆଣି ଏବଂ ୨୦୧୪ କଣ୍ଟ୍ରାଚୁଏଲ ନିଯୁକ୍ତି ରୁଲ ପର ଠାରୁ ଠିକା ରେ କାମ କରୁଥିବା କର୍ମଚାରୀଙ୍କୁ ୬ଟି ନୋଶନାଲ ଇଂକ୍ରିମେଣ୍ଟ ଦେଇ ନିୟମିତ କର୍ମଚାରୀ ର ମାନ୍ୟତା ଦେଲେ । ୨୦୨୨ ଅଗଷ୍ଟ ମାସରେ ନିଯୁକ୍ତ ହୋଇଥିବା ଠିକା ଶିକ୍ଷକ ବା ଇନିଟିଆଲ ।ାପଏଣ୍ଟିମାନେ ମଧ୍ୟ ସେମାନେ ଚାକିରିରେ ଯୋଗ ଦେଇଥିବା ଦିନ ଠାରୁ ନିୟମିତ ଶିକ୍ଷକର ମାନ୍ୟତା ପାଇଲେ । ପରେ ପୁଣି ୨୦୨୩ ମସିହାରେ ଏସ୍‌ଓପି ଆଣି ୨୦୧୦ ରୁ ୨୦୧୫ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକ ପିଛିଲା ଭାବେ ୦୪.୦୪.୧୬ ରୁ ନିୟମିତ ଶିକ୍ଷକ ଭାବରେ ଗଣନା କଲେ । ୨୦୧୬ ମସିହାରେ ନିଯୁକ୍ତ ଶିକ୍ଷକମାଙ୍କୁ ୦୫.୦୪.୨୦୨୬ ରୁ ନିୟମିତ ଶିକ୍ଷକ ଭାବରେ ଗଣନା କରାଗଲା । ଏବେ ୨୦୧୦ ରୁ ୨୦୧୬ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ଦରମା ସମାନ । ୨୦୧୦ ରେ ନିଯୁକ୍ତ ଠିକା ଶିକ୍ଷକଙ୍କ ୪ମାସ, ୨୦୧୧ ରେ ନିଯୁକ୍ତ ଶିକ୍ଷକଙ୍କ ୧ ବର୍ଷ, ୨୦୧୩ ରେ ନିଯୁକ୍ତ ଶିକ୍ଷକଙ୍କ ୩ ବର୍ଷ ଠିକା ଚାକିରି କାଳରୁ ମୂଳ ଚାକିରି ନିୟମିତି ଚାକିରି କାଳରେ ଗଣନା କରାଗଲା । ମାତ୍ର ୨୦୦୪ ରୁ ୨୦୦୯ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ ଠିକା ଚାକିରି କାଳରୁ କିଛି ନିୟମିତି ଚାକିରି ରେ ମିଶିଲା ନାହିଁ ବା ନୋସନାଲ ଇନକ୍ରିମେଣ୍ଟ ବାବଦକୁ ଦରମାରେ ଟଙ୍କାଟିଏ ମଧ୍ୟ ବୃଦ୍ଧି ହେଲା ନାହିଁ । ନୋସନାଲ ଇନକ୍ରିମେଣ୍ଟ ଦେଇ ୨୦୧୦ ରୁ ୨୦୧୬ ମଧ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କ ମୂଳ ଚାକିରି ୦୪.୦୪.୨୦୧୬ ରୁ ଗଣନା ହେବା ଯୋଗୁଁ ଶିକ୍ଷକଙ୍କ ବରିଷ୍ଠତା ତାଲିକା ପ୍ରକାଶ କଲାବେଳେ ଅନେକ ଅସଙ୍ଗତି ରହୁଛି । ଠିକା ଶିକ୍ଷକ ଥିବା ସମୟରେ ବର୍ଷ ବଷ ବିନା ଦରମାରେ ଛୁଟିରେ ରହିଥିବା ଶିକ୍ଷକ ଏବେ ବରିଷ୍ଠତା ତାଲିକାରେ ଆଗରେ ଅଛନ୍ତି ।  ସରକାର ରାଜ୍ୟରେ ଖାଲିପଡିଥିବା ପ୍ରାୟ ୨୪୦୦ ପ୍ରଧାନ ଶିକ୍ଷକ ପଦ ଏହି ଶିକ୍ଷକମାନଙ୍କୁ ପ୍ରମୋସନ ଦେଇ ପୁରଣ କରିପାରୁନାହାନ୍ତି । ଏହି ସମସ୍ତ ସମସ୍ୟା ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଠିକା ଶିକ୍ଷକମାନଙ୍କୁ ବ୍ୟଥିତ କରୁଛି । ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସମାଧାନ ପନ୍ଥା ନ ବାହାର କରି କେବଳ ଆଶ୍ୱାସନା ଦେଇଚାଲିଛନ୍ତି ।

 

୨୦୨୨ ରିପିଲ ରୁଲ କୁ ତିନି ବର୍ଷ ପୁରିବାକୁ ବସିଲାଣି, ତଥାପି ବରିଷ୍ଠ ଶିକ୍ଷକଙ୍କ ପାଇଁ ସରକାର ଦରଦ ନାହିଁ। ତେଣୁ ଆଗାମୀ ୧୩ ତାରିଖ ମଧ୍ୟରେ ଓଡଶାର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଯୁକ୍ତିଯୁକ୍ତ ଦାବି ଉପରେ ସରକାର ଶିଘ୍ର ସମାଧାନ ନ ହେଲେ ଆଗାମୀ ୨୨ ସେପ୍ଟେମ୍ବର ରାଜ୍ୟ ସଂଘର ଡାକରାରେ ସାମିଲ ହୋଇ ଦୁର୍ବାର ଆନ୍ଦୋଳନ କରିବାକୁ ଏହି ସଭାରେ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଆଇଚ, ରାଜ୍ୟ ଆବାହକ ସରୋଜ କୁମାର ସାହୁ, ରାଜ୍ୟ ସଂଯୋଜକ ଶାଶୃତ ମହାପାତ୍ର, ବରଗଡ ଜିଲ୍ଲାରୁ ଭବାନୀ ଶଙ୍କର ଭୋଇ, ବଲାଙ୍ଗିର ଜିଲ୍ଲା ସଂଘ ତରଫରୁ ନରେଶ ଦ୍ୱାରୀ, ଦ୍ୱିତିରଞ୍ଜନ ମହଲିଙ୍ଗ, ସମ୍ପାଦକ ବୀର କିଶୋର ସୁନା, ଅଜୟ ଦର୍ଜି, ରାମକୃଷ୍ଣ ଷଡଙ୍ଗୀ, ହିମାଂଶୁ ଭୂଷଣ ସେନାପତି, ପାର୍ଥ ସାରଥି ପଣ୍ଡା, ଅଶୋକ କୁମାର ତରିଆ, ଡୋଳାମଣି ସାହୁ ପ୍ରଭୃତି ଆହ୍ୱାନ ଦେଲେ । ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘର କର୍ମକତର୍ତା ମାନେ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like