-+91-9937148622 |
prerana_bgr@rediffmail.com |
Tuesday 23rd June 2026 |
R.N.I. Regd No. ODIODI/2010/46693
Breaking News
06-Sep-2025
ନର୍ଲା ,(ଚିନ୍ତାମଣି ନାଏକ)
ଆଜି ଶନିବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିକାଶ ମଞ୍ଚ ନର୍ଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା ଏଥିରେ ନର୍ଲା ର ଦୀର୍ଘଦିନ ଦାବୀ କୁ ରାଜ୍ୟ ସରକାର ଗ୍ରହଣ କରି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିବା ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମେତ ପୂର୍ବତନ ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ଲୋକ ସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଓ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସେଠ୍ କୁ ବିକାଶ ମଞ୍ଚ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ବିକାଶ ମଞ୍ଚ ର ସଭାପତି ପ୍ରଦୀପ କୁମାର୍ ନାୟକ, ଉପସଭାପତି ଜଗନ୍ନାଥ ସାହୁ , ସଧାରଣ ସମ୍ପାଦକ ଚିରଞ୍ଜିବି ଗୌଡ଼ିଆ ଓ କୋଷାଧ୍ୟକ୍ଷ ଡୋଲେଶ୍ୱର୍ ସାହୁ, ସମୀର କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।