-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2025
ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧବଳେଶ୍ଵର ହରିଜନ ଓ ସି ଆର୍ ସି ସି ସଂଘ ସଭାପତି ହରିଶଙ୍କର ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ସଂଘ କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ପ୍ରାଥମିକ ଶିକ୍ଷକ ସଂଘ ଏନ୍ ପି ଏସ ତରଫରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି ।ସି ଆର୍ ସି ସି ଉତ୍ତମ ମହାଉତି ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ ସହିତ ସମାଜ ପ୍ରତି ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିଗଣ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଆଗାମୀ ଜୀବନର ଶୁଭକାମନା କରିଥିଲେ ।ସମାରୋହରେ ସି ଆର୍ ସି ସି ଶୁଭେନ୍ଦୁ ଯୋଶୀ,ଧର୍ମେନ୍ଦ୍ର ନାୟକ,ବିଶିକେଶନ ନାୟକ,ଦିଲ୍ଲୀପ ସୁନା,ଲମ୍ବୋଦର ଦୁରିଆ ଓ ରିଖି ରାମ ଜଗତ,ସଂଘ ଉପ ସଭାପତି ମଙ୍ଗଳ ସିଂ ମାଝୀ,ଏକ୍ସ କ୍ୟାଡ଼ର ସଂଘ ସଭାପତି ନିରୋଜ ଖମାରୀ,,ସଂଘର ସକ୍ରିୟ ସଦସ୍ୟ ରମେଶ ଖମାରୀ,ବିରଞ୍ଚି ନାୟକ,ମନୋରଞ୍ଜନ ଦୁର୍ଗା,ସନ୍ତୋଷ ସିଂ ଓ ମନୋଜ ଦଣ୍ଡସେନା ଙ୍କ ସମେତ ଅନେକ ଶିକ୍ଷକ ଉପସ୍ଥିତ ଥିଲେ ।