-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
22-Aug-2025
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ) ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ତମଶ୍ଵା ଯୋଗାଳୟ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ୩୫ ତମ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସସମ୍ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭାମଞ୍ଚକୁ ଆମନ୍ତ୍ରିତ କରିଥିବା ସହ ସଭାପତି ଡ. ଜ୍ୟୋତି ରଞ୍ଜନ ବହିଦାର ଙ୍କର ଅଧ୍ୟକ୍ଷତାରେ ସଭା ଆରମ୍ଭ ହୋଇଥିଲା । ଉପଦେଷ୍ଟା ସାମ୍ବାଦିକ ଗୋରେଖ ନାଥ ସାହୁ, ଡ଼ ସନ୍ତୋଷ କୁମାର ପାଢ଼ୀ,ଉପସଭାପତି ଡ.ଆର୍ତ୍ତତ୍ରାଣ ବାବୁ, ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଶିକ୍ଷାବିତ୍ ବ୍ରଜମୋହନ ଦାନୀ, ଆଇନ୍ଜୀବୀ ବ୍ୟୋମୋକେଶ ଦାଶ, ଅଧ୍ୟାପିକା ମୀନା ମହାରଣା ପ୍ରମୁଖ ଆଲୋଚ଼ନା ରେ ଅଂଶଗ୍ରହଣ କରି, ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନର ବୈଶିଷ୍ଟତା , ଆବଶ୍ୟକତା , ଉପଲବ୍ଧି ତଥା ଅଭିଜ୍ଞତା ଉପରେ ମହତ୍ତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ସମସ୍ତ ବରିଷ୍ଠ ନାଗରିକ ନିଜର ହକ୍ ପାଇଁ ଏକ ଜୁଟ୍ ହୋଇ ଲଢ଼େଇ କରିବା ସଙ୍ଗେସଙ୍ଗେ ରାଷ୍ଟ୍ର ପ୍ରତି ସମର୍ପିତ ହୋଇ ସମାଜକୁ ଶିକ୍ଷା, ସଂସ୍କାର ଦେଇ ସୁଧାର କରିବା ଦିଗରେ ଆଗେଇ ଯିବା ପାଇଁ ଆହ୍ୱାନ ଦିଆ ଯାଇଥିଲା। ଶିକ୍ଷାବିତ୍ ପ୍ରଦୀପ କୁମାର ପୁରୋହିତ ସଭା ସଂଯୋଜନା କରିଥିବାବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ରଥ । ଉକ୍ତ ସଭାରେ ଇନ୍ଦୁମତି ପୁରୋହିତ,ଦେବକିଶୋର ଦାନୀ, ସତ୍ୟ ନାରାୟଣ ମିଶ୍ର, ଶ୍ରୀବତ୍ସ ମଲ୍ଲିକ, ହରିହର ଶତପଥୀ, ସୁଧାଂଶୁ ଶେଖର ପାଢ଼ୀ, ଦୟାନିଧି ସେଠୀ,ଶୈଳେନ୍ଦ୍ର କୁମାରସାହୁ, ନବୀନ କିଶୋର ଖଟୁଆ, ବୈକୁଣ୍ଠ ଶତପଥୀ, ସୁନାଧର ହୋତା ଲୋକନାଥ ପଣ୍ଡା,ଜଗଦୀଶ ମେହେର, ମୁକୁନ୍ଦ କରଡିଆ, ଅତୁଲ ଚ଼ନ୍ଦ୍ର ଦାଶ ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଅବସରରେ ସଂଘର ଏକ ପ୍ରତିନିଧି ଦଳ- ସଭାପତି ଡ଼ ଜ୍ୟୋତିରଞ୍ଜନ ବହିଦାର, ଉପସଭାପତି ଡ.ଆର୍ତ୍ତତ୍ରାଣ ବାବୁ, ଉପଦେଷ୍ଟା ଡ଼ ସନ୍ତୋଷ କୁମାର ପାତ଼ୀ ,ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତାଗଣ ସଂଘର ଜଣେ ପ୍ରାକ୍ତନ ବର୍ଷିୟାନ୍ ସଦସ୍ୟ ଯୋଗାଚାର୍ଯ୍ୟ ନ୍ୟୁନଚ଼ନ୍ଦ୍ର ପୂଜାହାରୀ ( ୯୨ ବର୍ଷ)ଙ୍କୁ ଭାବ ଭକ୍ତିରେ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା, ନମନ,ଅଭିନନ୍ଦନ, ଜଣାଇ ତାଙ୍କ ଆଶୀର୍ବାଦ ନେବା ସହିତ, ପୂଜ୍ୟଙ୍କର ସୁସ୍ଥ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।