-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ବରପାଲି ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ମହାସମାରୋହରେ ପାଳିତ

12-Aug-2025



ବରପାଲି (ସୁଦାମ ଦୀପ)
ବରପାଲି ମହାବିଦ୍ୟାଳୟରେ ସ୍ଵଭାବ  କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସଭାପତିତ୍ଵ କରିଥିଲେ ଅଧ୍ୟକ୍ଷା ଜୟନ୍ତୀ ଦାଶ। ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ ଛାତ୍ରଛାତ୍ରୀମାନେ ସୁମଧୁର ସ୍ୱରରେ ଗଙ୍ଗାଧର ସଙ୍ଗୀତ ଗାନ କରିଥିଲେ। ଅଧ୍ୟକ୍ଷାଙ୍କ ସ୍ୱାଗତ ସମ୍ଭାଷଣ ପରେ ଡ. ବିଶ୍ଵନାଥ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।  ପ୍ରାଧ୍ୟାପକ ସୁଶୀଳ କୁମାର ଶତପଥୀ ଅତିଥିମାନଙ୍କୁ ଉପଢ଼ୌକନ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର।  ସେ ନିଜ ବକ୍ତବ୍ୟରେ ଗଙ୍ଗାଧର କିପରି ବିଶ୍ଵକବିର ମାନ୍ୟତା ପାଇବାକୁ ଯୋଗ୍ୟ ସେ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଡ. ଉମାଶଙ୍କର ଦାଶ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ସମ୍ବଲପୁର ଗଙ୍ଗାଧରଙ୍କୁ ଜଣେ ପୂର୍ଣ୍ଣକବି ବୋଲି ଅଭିହିତ କରିଥିଲେ।  ସଂସ୍କୃତ କାବ୍ୟାନୁଯାୟୀ ଜଣେ କବିଙ୍କୁ ପୂର୍ଣ୍ଣକବି ହେବାରେ ଯେଉଁସବୁ ଦକ୍ଷତା ଆବଶ୍ୟକ ତାହା ସ୍ଵଭାବ କବିଙ୍କ ପାଖରେ ରହିଛି ବୋଲି ସେ ଦୃଷ୍ଟାନ୍ତ ସହ ଆଲୋଚନା କରିଥିଲେ। ଜଣେ ପରିବେଶପ୍ରେମୀ ଭାବରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ | ଏହାପରେ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବିଜିତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ ଡ. ନୀଲମ ଦେବତା, ଗଣେଶ ମିଶ୍ର, ଅଧ୍ୟାପିକା ଦେବାଙ୍ଗିନୀ ସାହୁ ପ୍ରମୁଖ। ଏହି ଅବସରରେ ମହାବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଯୁକ୍ତତିନିର କୃତି ଛାତ୍ରୀ ମାନସୀ ବେହେରାଙ୍କୁ ଅର୍ଥ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ ସଭାକୁ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ସମ୍ବିତା ପ୍ରଧାନ | ସହଯୋଗ କରିଥିଲେ ଅଧ୍ୟାପକ ଧିରୋଜ ତ୍ରିପାଠୀ, ଅରୁଣ କୁମାର ବାରିକ, ଅଲେଖ ମହାନନ୍ଦ, ଗୌରଚନ୍ଦ୍ର ପଧାନ, ଅଶୋକ ପଧାନ, ଭଗବାନ ମହାନନ୍ଦ, ବିଜୟ ମିଶ୍ର, ବିଭୁ ମହାନ୍ତି ପ୍ରମୁଖ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like