-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
26-Jan-2021
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ଦେଓଗାଁ ବ୍ଲକ ନଇକେନସିରା ନୂତନ ଉଚ୍ଚ ପ୍ରାଥମିକ ବିଦୟାଳୟ(ଏନ୍ୟୁପି) ଠାରେ କୋଭିଡ କଟକଣାକୁ ପାଳନ ପୂର୍ବକ 72ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ ପରେ ସ୍କୁଲର ଶିକ୍ଷୟିତ୍ରୀ ଜ୍ୟୋସ୍ନା ଦାସ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମସ୍ତଙ୍କୁ ଦେଶମାତୃକାର ସେବା ପାଇଁ ନିଜର ଜୀବନକୁ ଉର୍ତ୍ସଗୀକୃତ କରିବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ସ୍କୁରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷା ପରିଚାଳନା କମିଟିର ବଚନ ଜାନୀ, ଅଯୋଧ୍ୟା ପଟେଲ, ଅଯୋଧ୍ୟା ମାଝୀ, ସକୁନ୍ତଳା ବଗର୍ତ୍ତି, ଅନୀତା ବାଗ, ତିଳୋତ୍ତମା ମେହେର, ସୁରୁ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲ ପରିଚାଳନା କମିଟିର ସଭ୍ୟ/ସଭ୍ୟା ଓ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ଜ୍ୟୋସ୍ନା ଦାସ ପ୍ରାୟ ୩ଠଠଟି ମାସ୍କ ବଂଟନ କରିଥିଲେ ।