-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
03-Aug-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସ୍ଥିତ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଶନିବାର ଜାତୀୟ ମାନବ ଅଧିକାର ସାମ୍ବୁଖ୍ୟ ଜିଲ୍ଲା ସଭାପତି ଦୁଃଖୀରାମ ନାଏକ, ଙ୍କ ନେତୃତ୍ୱରେ ସଦସ୍ୟ ମାନଙ୍କ ସହ ବୃକ୍ଷ ରୋପଣ କରାଯାଇଛି l ପରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ମୁଖ୍ୟ ଅତିଥି ଜାତୀୟ ଅଧକ୍ଷ ରମେଶ ଭାରତୀ, ସଦସ୍ୟ ତଥା ଜାତୀୟ ମାନବ ଅଧିକାର କର୍ମୀ ମାନଙ୍କୁ ପରିଚୟ ପତ୍ର ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଲିଗାଲ ଏଡଭାଇଜର ଭାବେ ପ୍ରଦୀପ କୁମାର ପୁରୋହିତ, ବିନିକା ବ୍ଲକ ସଭାପତି ରାମ ଗୋପାଳ ବାଘ, ଡୁଙ୍ଗୁରିପାଲି ବ୍ଲକ ସଭାପତି ଜେହେରୁ ବାଘ, ବୀରମହାରାଜପୁର ବ୍ଲକ ସଭାପତି ଭାବେ ରେଣୁକା ମହାନନ୍ଦ, ଉଲୁଣ୍ଡା ବ୍ଲକ ସଭାପତି ରାମ ପ୍ରସାଦ ପଣ୍ଡା, ସୋନପୁର ବ୍ଲକ ସଭାପତି ଶେଷଦେବ ପଟ୍ଟନାୟକ,କର୍ମୀ ଭୀଷ୍ମ ଛତ୍ର, ଅନିରୁଦ୍ଧ ଦୀପ, ଙ୍କୁ ପ୍ରମାଣ ପତ୍ର ସହ ପରିଚୟ ପତ୍ର ପ୍ରଦାନ କରି ମାନବ ତାର ଅଧିକାର ରୁ ଯେପରି ବଂଚିତ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେବାସହ ସମସ୍ତ ପଦାଧିକାରୀ କର୍ମୀ ମାନଙ୍କୁ ସଫତ ପାଠ କରାଇ ଥିଲେ l