-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) : ନୟାଗଡ ମୁନିସିପାଲିଟି ୬ନଂ ୱାର୍ଡ ରେ ଏମଆଇ କଲୋନୀ ରେ ବେଆଇନ ଭାବେ ଗଢି ଉଠିଥିବା ବସ୍ତି କୁ ଆଜି ଉଚ୍ଛେଦ କରାଯାଇଛି | ଏହି ବସ୍ତି ରେ ପଚିଶଟି ପରିବାର ବେଆଇନ ଭାବେ ଗୃହ ନିର୍ମାଣ କରିଥିବା ବେଳେ ଅଠରଟି ପରିବାର ଉଚ୍ଚ ନ୍ୟାୟାଳୟ ଙ୍କ ଦ୍ୱାରସ୍ଥ ହୋଇଥିଲେ | ଜିଲ୍ଲା ପାଳ ଙ୍କ କୋର୍ଟ ରେ ଏହାର ଶୁଣାଣି ହେବାପରେ ମୁନିସିପାଲିଟି ର ଜେସିବି ମେସିନ ଏହି ବସ୍ତି ରେ ବେଆଇନ ଗୃହ ଗୁଡିକ ଉପରେ କରିଛି ତାଣ୍ଡବ | ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖିରେ ରଖି ନୟାଗଡ଼ ଟାଉନ ଥାନା ପୋଲିସ ଟିମ ସହିତ ଥାନା ଅଧିକାରୀ ଜୟଦୀପ ମହାନ୍ତି ଉପସ୍ଥିତ ଥିଲେ | ନୟାଗଡ଼ ତହସିଲଦାର ଭିକାରି ସାହୁ ଏବଂ ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା ଘଟଣା ସ୍ଥଳରେ ଉଚ୍ଛେଦ କାର୍ଯ୍ୟକ୍ରମ ର ସ୍ଥିତି ପରଖିଥିଲେ |