-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
29-Jul-2025
ବରୀ(ରଞ୍ଜିତ ମହାନ୍ତି): କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରତିଷ୍ଠିତ ମାନସ ବୃନ୍ଦାବନର ଦେବୀ ମାଆ ଜାଗୁଳାଇ ହିଁ ମୂଳଠାକୁରାଣୀ ଭାବେ ଅଗ୍ରପୂଜ୍ୟ । ପବିତ୍ର ଶ୍ରାବଣ ଏକାଦଶୀରୁ ମାଆ ମନ୍ଦିରରୁ ବାହାରି ଭକ୍ତର ଦୁଃଖ ବୁଝିବାକୁ ଗ୍ରାମ୍ଯ ଭ୍ରମଣରେ ଯାଇଥାନ୍ତି I ଆଚାଣ୍ଡାଳ ବ୍ରାହ୍ମ ବ୍ରାହ୍ମଣ ଗୃହକୁ ଯାଇ ମାଆ ମଣୋହୀ କରିବା ସହ ୯ ଦିନ ପରେ ପୁନ ଜାଗ୍ରତ ଗୌରୀ ପଞ୍ଚମୀ ଦିନ ଅଭିମନ୍ୟୁଙ୍କ ବ୍ରାହ୍ମଣୀ ସଦୃଶ ଯମୁନା ନଦୀର କାତ୍ୟାୟନୀ ଘାଟରୁ ସ୍ନାନ ସାରି ମନ୍ଦିରକୁ ପ୍ରବେଶ କରନ୍ତି। କାତ୍ୟାୟନୀ ଘାଟରୁ ମାଆଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥାଏ। ମନ୍ଦିରରେ ପ୍ରବେଶ କରି କାଳେସୀ ଲାଗିଥାନ୍ତି I ଚଳିତବର୍ଷ ଜୁଲାଇ ୨୯ ତାରିଖ ମଙ୍ଗଳବାର ଅପରାହ୍ନ ୩ ଘଟିକାରେ ଜାଗ୍ରତ ଗୌରୀ ପଞ୍ଚମୀରେ ମନ୍ଦିର ପ୍ରବେଶ ମହୋତ୍ସବ ଅନୁଷ୍ଠିତ ହେବ | ଗତ କାମଦା ଏକାଦଶୀରେ ମାଆଙ୍କୁ ତାଙ୍କର ପିତ୍ରାଳୟ ବାଲିଆ ଉଆସକୁ ନିଆ ଯାଇଥିଲା | ପ୍ରତ୍ୟେକବର୍ଷ ପରି ଏ ବର୍ଷ ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେବ । ମନ୍ଦିର ପ୍ରବେଶ ପରେ ମାଆ କାଳେସୀ ଲାଗି ସଂସାରର ବିପଦ ଆପଦ ବିଷୟରେ ପ୍ରକାଶ କରିବା ସହିତ ନିଜର ଅଭୟବାଣୀ ପ୍ରଦାନ କରିବେ। ଦୀର୍ଘ ୯ ଦିନ ଧରି ମାଆ ଗ୍ରାମ୍ୟଭ୍ରମଣ କାର୍ଯ୍ୟକ୍ରମ ପରେ ମଙ୍ଗଳବାର ମାଆ ମନ୍ଦିରକୁ ଫେରିବେ।