-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
କଳାହାଣ୍ଡି,କୋକସରା(ତ୍ରିନାଥ ଵେଶ୍ରା)
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଫୁପ ଗାଁ ଅଗ୍ରଣୀ ଯୁବ ଅନୁଷ୍ଠାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯୁବକ ସଙ୍ଘ ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଗ୍ରାମ ଅଭିଯାନ ମାଧ୍ୟମରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଫୁପ ଗାଁ ରେ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଫୁପ ଗାଁ ସରପଞ୍ଚ କୀର୍ତନ ଶବର ଯୋଗ ଦେଇ ଯୁବକ ମାନଙ୍କୁ ଗ୍ରାମ୍ୟ ସ୍ୱଚ୍ଛତା ପାଇଁ ଉତ୍ସାହିତ କରିଥିଲେ l ଠାକୁର ଅନୁକୂଳଚନ୍ଦ୍ର ଯୁବକ ସଙ୍ଘ ର ସଭାପତି ପ୍ରତାପ କୁମାର ନାଏକ, ନେହେରୁ ଯୁବକେନ୍ଦ୍ର ର ରାଷ୍ଟ୍ରୀୟ ସ୍ବେଛାସେବୀ ସେବୀ କୋପନେଶ୍ୱର ବେମାଲ, ଓ ଯୁବକ ସଙ୍ଘ ର ସକ୍ରିୟ ସଭ୍ୟ ମାନେ ଯୋଗଦାନ କରି ସ୍ୱଚ୍ଛ ଗାଁ କିପରି ଭାବରେ ହୋଇ ପାରିବ ସେ ଉପରେ ଆଲୋଚନା କରି ଗାଁ ପରିକ୍ରମା କରି ଗାଁର ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନା ସଫା କରି ଆସନ୍ତା ଗଣତନ୍ତ୍ର ଦିବସ ର ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ l