-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
29-Jul-2025
ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ)
ସମ୍ବଲପୁର ସହରର ଅନ୍ୟତମ ଆକର୍ଷଣୀୟ ଦୁର୍ଗାପୂଜା କମିଟି ର ସାଧାରଣ ବୈଠକ ଇତିମଧ୍ୟରେ କମିଟି ର ପୂର୍ବତନ ସଭାପତି ପ୍ରଦୀପ ପାଢ଼ୀ ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l
ପ୍ରାରମ୍ଭ ରେ ଗୋବିନ୍ଦତୋଳା ଦୁର୍ଗାପୂଜା ର ସକ୍ରିୟ ସଦସ୍ୟ ତଥା ଅନ୍ୟତମ ପୃଷ୍ଠାପୋଷକ ସୁନୀଲ ମହାପାତ୍ର (ଟୁକୁ ) ଙ୍କର ଅକାଳ ବିୟୋଗ ରେ ଏକ ଶୋକସଭା ଅନୁଷ୍ଠିତ ହେବା ସହ ତାଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ପ୍ରାର୍ଥନା କରାଯାଇଥିଲା l
ପରେ ପରେ କମିଟି ର ପୂର୍ବତନ କୋଷାଧ୍ୟକ୍ଷ ଦିଲୀପ ଠାକୁର ପୂର୍ବ ବର୍ଷ ର ଆୟବ୍ୟୟ ପ୍ରଦାନ କରିଥିଲେ l
ଚଳିତ ବର୍ଷ ଦୁର୍ଗାପୂଜା କୁ ଅନ୍ୟବର୍ଷ ଭଳି ମହାସମାରୋହ ରେ ଆୟୋଜକ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା l
ବୈଠକ ରେ ସର୍ବସମ୍ମତି କ୍ରମେ ପ୍ରଦୀପ ପାଢ଼ୀ ଙ୍କୁ ପୁନର୍ବାର ସଭାପତି, ସଞ୍ଜୟ ସାହୁ ଓ ଶ୍ରୀକାନ୍ତ ପଣ୍ଡା, ଉପସଭାପତି, ଅଜୟ କୁମାର ସାହୁ ( ଅଜୁ ) - ସମ୍ପାଦକ, ସହ ସମ୍ପାଦକ ଭାବରେ ରାଜ କିଶୋର ପୁରୋହିତ, ପ୍ରସନ୍ନ କୁମାର ପାଢ଼ୀ ଓ ଅଭିଳାଷ ସ୍ୱାଇଁ, କୋଷାଧ୍ୟକ୍ଷ ଭାବରେ ରମାକାନ୍ତ ବେରିହା, ସହ କୋଷାଧ୍ୟକ୍ଷ - ଦିଲୀପ କୁମାର ଠାକୁର ଙ୍କୁ ଚଳିତ ବର୍ଷ ପାଇଁ ଚୟନ କରାଯାଇଥିଲା l
ଏଥିସହ ଲଟେରୀ କମିଟି ର ଅଧ୍ୟକ୍ଷ ଭାବରେ ସଞ୍ଜୟ ତ୍ରିପାଠୀ, ସହ - ଅଧ୍ୟକ୍ଷ ଭାବରେ ଶୁଭମ ମହାପାତ୍ର ଙ୍କୁ ସର୍ବସମ୍ମତି ରେ ଚୟନ କରାଯାଇଥିଲା l
ଚଳିତ ବର୍ଷ ର ଦୁର୍ଗାପୂଜା ପାଇଁ ସର୍ବ ସମ୍ମତି କ୍ରମେ ଦାଶରଥି ପଣ୍ଡା ଙ୍କୁ ପୂଜା କର୍ତ୍ତା ଭାବରେ ମଧ୍ୟ ଚୟନ କରାଯାଇଥିଲା l