-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
29-Jul-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ସହର ଦେଇ ପ୍ରବାହିତ ଚିରସ୍ରୋତା ମହାନଦୀରେ ଆଜି ବିରଳ ପ୍ରଜାତିର ମାଛ ଦେଖିବାକୁ ମିଳିଛି I ଖବର ନେବାରୁ ଜଣାପଡିଛି ଯେ ବିନିକା ସହରର ମହାନଦୀ ବ୍ରିଜ ନିକଟରେ ଦୁଇଟି ସିଲ ପ୍ରଜାତିର ମାଛ ପାଣିରେ ଖେଳୁଥିବା ଦେଖିବାକୁ ମିଳିଥିଲା ।Iଏଇ ମାଛ ଦୀର୍ଘ ଘଣ୍ଟା ଧରି ମହାନଦୀର ବନ୍ୟାପାଣିରେ ଖେଳୁଥିବା ବ୍ରିଜ ଦେଇ ଯିବା ଆସିବା କରୁଥିବା ଲୋକେ ଦେଖି ଆଚମ୍ବିତ ହୋଇଥିଲେ ।ଘଟଣା ପ୍ରଘଟିତ ହେବା ପରେ ମାଛ ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା ସୂଚନା ଯୋଗ୍ୟ ଯେ ଗତ ଜୁଲାଇ ୧୭ ତାରିଖରେ ମଧ୍ୟ ମହାନଦୀରେ ଏକ କୁଇଣ୍ଟାଲର ବୋଦା ମାଛ ମସ୍ୟଜୀବିଙ୍କ ଜାଳରେ ପଡ଼ିଥିବା ବେଳେ ଆଜି ଏଇ ଭିନ୍ନ ପ୍ରଜାତିର ମାଛ ପାଣିରେ ଖେଳୁଥିବା ଦେଖିବାକୁ ମିଳିଛି Iତେବେ ଏଇ ମାଛକୁ କିଏ ଡ଼ଲଫିନ କହୁଛି ତ ଆଉ କିଏ ପୁଣି ସିଲ ମାଛ କହୁଛି I