-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ପାଟଣାଗଡ଼ (ଗୋରେଖନାଥ ବରିହା ) ପାଟଣାଗଡ଼ ଠାରେ ୧୧ ତମ ଜାତୀୟ ମତଦାତା ଦିବସ - ୨୦୨୧ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶପଥ ପାଠ ଉତ୍ସବ ରେ ଶ୍ରେଷ୍ଠ ବୁଥ ଲେଭେଲ ଅଫିସର ( ଅଙ୍ଗନବାଡ଼ି କେନ୍ଦ୍ର) ଏବଂ ସୁପରଭାଇଜର ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଧିତ କରାଯାଇଥିଲା । ୬ ଜଣ ଶ୍ରେଷ୍ଠ ସୁପରଭାଇଜର ଏବଂ ୬ ଜଣ ଶ୍ରେଷ୍ଠ ବୁଥ ଲେଭେଲ ଅଫିସର (ଅଙ୍ଗନବାଡ଼ି) ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ସମ୍ବର୍ଧିତ କରିଥିଲେ । ସୁପରଭାଇଜର ବିଲାସିନୀ ମିଶ୍ର, ସରୋଜ କୁମାର ବିଶ୍ବାଳ, ପଙ୍କଜିନୀ ମିଶ୍ର ,ଅଞଳୀ ମିଶ୍ର , ମେନକା ମେହେର ,କମଳ ଲୋଚନ ହୋତା ଙ୍କୁ ଶ୍ରେଷ୍ଠ ସୁପରଭାଇଜର ଭାବେ ଏବଂ ବିଏଲଓ ବନଜ୍ୟୋସ୍ନା ମିଶ୍ର,ଅନାମିଲ ମିଶ୍ର , ଉର୍ମିଳା ସରାଫ , ଭଗବତୀ ଦଣ୍ଡସେନା , ଗୀତାଞ୍ଜଳି ଭୋଇ ,ଚୁମକୀ ତ୍ରିପାଠୀ , ପୁଷ୍ପାଞ୍ଜଳି ବେହେରା ,ତିଲୋତ୍ତମା ମିଶ୍ର ଙ୍କୁ ଶ୍ରେଷ୍ଠ ବିଏଲଓ ଭାବେ ପୁରସ୍କୃତ କରାଯାଇଥିଲା । ସହକାରୀ ଜିଲ୍ଲାପାଳ କ୍ଷିରୋଦ୍ର ଚନ୍ଦ୍ର ସାହୁ ଏହି ଦିବସ ର ତାପଯ୍ୟ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଶପଥ ପାଠ ଉତ୍ସବ ରେ ସମସ୍ତ କର୍ମଚାରୀ ,ସୁପରଭାଇଜର ,ବୁଥ ସ୍ତରୀୟ ଅଧିକାରୀ , ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତା କାନ୍ତି ବଲିୟାରସିଂହ ଉପସ୍ଥିତ ଥିଲେ । ଭୋଟ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ସମସ୍ତ ବୁଥ ଲେବେଲ ଅଫିସର ନିଜ ନିଜ ବୁଥ ରେ ରହି ଭୋଟର ପରିଚୟ ପତ୍ର ପ୍ରଦାନ କରିଥିଲେ । ୧୮ ବର୍ଷ ରୁ ଉର୍ଦ୍ଧ ଭୋଟର ମାନଙ୍କୁ ନୃତନ ଭୋଟର ତାଲିକା ରେ ସାମିଲ କରିବା ପାଇଁ ସଚେତନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ସହକାରୀ ଜିଲ୍ଲାପାଳ କ୍ଷିରୋଦ୍ର ଚନ୍ଦ୍ର ସାହୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।।