-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
26-Jul-2025
ବଲାଙ୍ଗୀର (ଦେବାଶିଷ ବହିଦାର): କାରଗିଲ ବିଜୟକୁ ଶନିବାର ୨୬ବର୍ଷ ପୁରିଛି l ଏହି ପରିପେକ୍ଷୀରେ ନିଆରା ଢଙ୍ଗରେ କାରଗିଲ ବିଜୟ ଦିବସ ପାଳନ କରିଛି ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ l ଜୟ ଯବାନ ଜୟ କିସାନ ନାରା ଦେଇ ଲୋଇସିଂହା ବ୍ଳକ ବାଦୀମୁଣ୍ଡା ପଂଚାୟତ କୁଟୁରାପାଳି ଗ୍ରାମର ଏକ ଚାଷୀଙ୍କ କ୍ଷେତରେ ଅନୁଷ୍ଠାନର ସଦସ୍ୟ ମାନେ ପଲ୍ହା ରୋପଣ କରି
ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିl ସେମାନେ କହିଛନ୍ତି କାରଗିଲ ଯୁଦ୍ଧ ରେ ଦୀର୍ଘ ୨ ମାସରୁ ଉର୍ଦ୍ଧ ଲଢେଇ କରି ଆମ ବୀର ସୈନିକମାନେ ପରାକ୍ରମ ଦେଖାଇ ବିଜୟ ବାନା ଉଡେଇଥିଲେ l ଆଜିଦିନଟି ଆମ ପାଇଁ ଗର୍ବ ଏବଂ ଗୌରବର ଦିନଟିଏ l ସୈନିକଙ୍କ ପରି କୃଷକ ମଧ୍ୟ କ୍ଷେତରେ ଖଟୁଛି l ଲାଭ କ୍ଷତି ବିଚାର ନକରି ହାଡଭଙ୍ଗା ପରିଶ୍ରମ କରି ନିଜକୁ ବଳିଦାନ ଦେଇ ସାରା ଦୁନିଆକୁ ଖାଦ୍ୟ ଯୋଗାଉଛି l ସେଥିପାଇଁ ସୈନିକଙ୍କ ବିଚାର ନେଇ ବଞ୍ଚୁଥୁବା ଚାଷୀର କ୍ଷେତରେ ଶ୍ରମଦାନ କରି କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l
ଆଜି ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସୋମନାଥ ମିଶ୍ର, ବୁଲୁ ମହାକୁର, ଧିରୁ ଥନାପତି, ବୀରେନ୍ଦ୍ର ସାହୁ, ତପନ ଜାଲ, ବିକୁ ଦଳାଇ, ରଂଜିତ ପଧାନ, ଗୋପଳ ସାହୁ,ପ୍ରହଲ୍ଲାଦ ଖମାରି, କାଁହୁ ବଗର୍ତି,ଶୁଭମ ସାହୁ, ଦିଲେଶ୍ଵର ସାହୁ, ଶୁଭ୍ରାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l