-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
26-Jul-2025
ସୋନପୁର-୨୬/୦୭: ଭାରତୀୟ ରେଡ କ୍ରସ ଓଡ଼ିଶା ରାଜ୍ୟ ଶଖଙ୍କ ଆହ୍ବାନ କ୍ରମେ ସ୍ଥାନୀୟ ସୋନପୁର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳଙ୍କ ଅଧକ୍ଷତାରେ ଜୁନିଅର ରେଡ କ୍ରସର ଜିଲ୍ଲା ପରିଚାଳନା କମିଟି ବୈଠକ ଆୟୋଜିତ ହୋଇଯାଇଛି । ବିଗତ ୨୦୨୪-୨୫ ଶିକ୍ଷାବର୍ଷର କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମର ସବିଶେଷ ଆଲୋଚନା କରାଯାଇ ବଜେଟ୍ ଅଟକଳକୁ ଅନୁମୋଦନ କରାଯାଇଛି ପ୍ରାରମ୍ଭରେ ଜିଲ୍ଲା ଉପ ସଭାପତି ଗତିକୃଷ୍ଣ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲୋ | ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରତିକ କର, ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନଥବେ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶିବକାନ୍ତ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁର୍ଗାଦତ୍ତ ଦାଶ, ଜିଲ୍ଲା ଯୁବ ରେଡକ୍ରସ୍ ଅଧିକାରୀ ଉମାକାନ୍ତ ନାଗ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ବରିଷ୍ଟ ସାଧନ କର୍ମୀ ଚନ୍ଦ୍ରମଣି ବାଘ କାର୍ଯ୍ୟକୁମକୁ ସଂଯୋଜନା କରିଥିଲେ l ଜିଲ୍ଲାର ୬ଗୋଟି ବ୍ଲକ ର ୨୦ ଟି ସ୍କୁଲରେ ଫାଷ୍ଟ ଏଡ୍ କ୍ଳବ୍, ୬ ଟି ସ୍କୁଲ ରେ ଟ୍ରାଫିକ୍ କ୍ଳବ୍, ୧୨ ଟି ସ୍କୁଲ ରେ ରେଡ ରିବନ୍ କ୍ଳବ୍ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ତାଲିମ ଦେବାର ଯୋଜନା ଆରମ୍ଭ କରାଯାଇଛି । ଚଳିତ ଶିକ୍ଷା ବର୍ଷରେ ଆପାତତଃ ନଭେମ୍ବର ମାସରେ ଜିଲ୍ଲା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ସୋନପୁର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ କୋଶଳେଶ୍ଵର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଳି ଠାରେ ଆୟୋଜନ କରିବାକୁ ସ୍ଥିରିକୃତ କରାଯାଇଛି ।
କାର୍ଯ୍ୟକ୍ରମରେ ବିସିସି ଗୋପେଶ ପଣ୍ଡା, ପବିତ୍ର ବାରିକ, ବିଶ୍ଵନାଥ ପାଣିଗ୍ରାହୀ, ବୈକୁଣ୍ଠ ନାୟକ, ନିମେଇ ଚରଣ ମଲ୍ଲିକ , ବରିଷ୍ଠ ସାଧନ କର୍ମୀ ହୃଷୀକେଶ ଡାଙ୍ଗ, ହୃଷୀକେଶ ଚାନ୍ଦ, ଅନୁପ୍ରିୟା ମିଶ୍ର, ବଳରାମ ପୁରୋହିତ, ଚନ୍ଦ୍ର ଶେଖର ମହାପାତ୍ର, ଆଶିଷ କୁମାର ନାଏକ, ତପସ୍ଵିନୀ ଦାଶ, ପ୍ରଜ୍ଞା ପରିମିତା ମିଶ୍ର, ଶେଷଦେବ ଛତ୍ର, ଜଗଦିଶ ଦାଶ, ଜିଲ୍ଲା ବିଜ୍ଞାନ ନିରିକ୍ଷକ ପର୍ଶୁରାମ ମେହେର, ଶିବତୁଲା ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁହାସି ଦଣ୍ଡସେନା, ତରଭା ପିଏମଶ୍ରୀ ବାଳକ ହାଇସ୍କୁଲ ର ମୁରଲି ବିଶ୍ଵାଲ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ ।