-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
21-Jul-2025
ବ୍ରହ୍ମପୁରରୁ କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ
ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ମଧୁମେହ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l
ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ମଧୁମେହରୁ ମୁକ୍ତ ପାଇଁ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରି ଉଷ୍ଣଜଳରେ ଲେମ୍ବୁ ଲୁଣ ସର୍ବତ ପାନ, ପ୍ରାତଃ ଭ୍ରମଣ, ଯୋଗାସନ, ପ୍ରାଣାୟାମ କରିବେ l ଖାଦ୍ୟରେ ଗଜାମୁଗ, ସୋଲା, ବିଟ, ଗାଜର, ମୂଳା, ପିଆଜ, କାକୁଡି ସାଲାଡ଼ ପଚିଶ ପ୍ରତିଶତ ଖାଇବେ, ତେଲ, ଆମିଷ, କ୍ଷୀର ଜାତୀୟ ସମସ୍ତ ଖାଦ୍ୟ ବର୍ଜନ ଓ ଚିନ୍ତା ମୁକ୍ତ ଜୀବନ ବିତାଇଲେ ଶୀଘ୍ର ମଧୁମେହ,ରକ୍ତଚାପ, କୋଲେଷ୍ଟେରଲ୍ ଭଲ ହେଉଥିବା ସୂଚନା ଦେଇଥିଲେ l
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ ଆଦିର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଦେଇଥିଲେ l ରୋଗୀଙ୍କୁ ଔଷଧ ବିତରଣ କରାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରିଛନ୍ତିl