-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ବରପାଲି, (ପ୍ରେରଣା ଖବର) :ଆଜି ବରପାଲି ସାମ୍ବାଦିକ ସଂଘର 34 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l କରୋନା ଗାଇଡ଼ ଲାଇନକୁ ପାଳନ କରି ବରପାଲି ମାରୱାଡ଼ି ଧର୍ମଶାଳାରେ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣି ଦାଶ ,ମୁଖ୍ୟବକ୍ତା ଅଧ୍ୟାପିକା ସୁଶ୍ରୀ ଦମୟନ୍ତୀ କର ଓ ସମାଜସେବୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ଯୁବନେତା ଟିକାୟତ ମହତ୍ତମ, ପ୍ରତିଷ୍ଠାତା ସଭାପତି ରକ୍ଷାକାରି ବିଶି, ସମ୍ପାଦକ ହର୍ଷ ବେହେରା ପ୍ରମୁଖ ମଂଚାସୀନ ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମା ସମଳେଇଙ୍କ ଠାରେ ପୁଷ୍ପାଞ୍ଜଳି ଦୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ବରପାଲି ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲ ର ଛାତ୍ର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ଅତିଥିମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସମାଜ କଲ୍ୟାଣ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ବଳରାମ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ