-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ବହ୍ଲବ ହତ୍ୟାକାଣ୍ଡ ଅନ୍ତରାଳେ...

17-Jul-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ରଙ୍କ ରିପୋର୍ଟ): ବଲ୍ଲବ କ୍ଷେତୀ ଏହି ନାଁଟି ଗଜବନ୍ଧ ପଞ୍ଚାଯତ କି ଡୁଙ୍ଗୁରିପାଲି ବ୍ଲକ ନୁହେଁ । ସମଗ୍ର ସୁବର୍ଣ୍ଣପୁର ଜିଲାରେ ପରିଚିତ, ଜଣାଶୁଣା । ଜଣେ ଉଦୀୟମାନ ପଞ୍ଚାଯତ ସ୍ତରୀୟ ନେତା, ସଂଗଠକ, ମେଳାପୀ, କର୍ମୀବତ୍ସଳ ଭାବେ ଜଣାଶୁଣା । ନିଜ ପଞ୍ଚାୟତକୁ ବ୍ଲକ ତଥା ଜିଲାସ୍ତରରେ ଅଗ୍ରଣୀ ପଞ୍ଚାଯତ ଭାବେ ଗଢ଼ି ତୋଳିବା ନେଇ ଅନେକ ସ୍ବପ୍ନ ଦେଖୁଥୁବା ଜଣେ ଉଦୀୟମାନ ଯୁବ ନେତୃତ୍ବ । ନିପଟ ମଫସଲ କେନ୍ଦୁପାଲି ଗ୍ରାମର ହୋଇଥିଲେ ହେଁ ସମଗ୍ର ଜିଲାରେ ସେ ସରପଞ୍ଚ ତଥା ବନ୍ଧୁ ମହଲରେ ଖୁବ୍ ଜଣାଶୁଣା । ସମସ୍ତଙ୍କୁ ନିଜର କରିପାରୁଥିବା, ସଂଗଠନକୁ ମଜବୁତ କରିବାର ଦକ୍ଷତା ତାଙ୍କଠାରେ ରହିଥିଲା ।
୨୦୧୭ରେ ସେ ଗଜବନ୍ଧ ପଞ୍ଚାଯତ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ୨୦୨୨ରେ ପତ୍ନୀ ବାସନ୍ତୀ କ୍ଷେତୀଙ୍କୁ ସରପଞ୍ଚ ଭାବେ ନିର୍ବାଚିତ କରାଇଥିଲେ । ନିଜ ଗାଁ ତଥା ପଞ୍ଚାୟତବାସୀଙ୍କ ବିପଦ ଆପଦ ସମଯରେ ଠିଆ ହେଉଥିଲେ । ଲୋକଙ୍କୁ ଆଗକୁ ବଢ଼ିବାର ରାସ୍ତା ଦେଖାଇବା ସହ ଯୁବଗୋଷ୍ଠୀଙ୍କୁ ଶିକ୍ଷିତ, ସଂଗଠିତ ହେବାକୁ ପ୍ରେରଣା ଦେଉଥିଲେ । ଏଭଳି ଜଣେ ଉଦୀୟମାନ ନେତାଙ୍କୁ କେତେକ ଦୁର୍ବୃତ୍ତ ଗତ ୧୦ ରାତି ୧୦ଟାରେ ଗାଁ ରାସ୍ତାରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଏହି ଘଟଣାରେ ୪ଜଣ ଅଭିଯୁକ୍ତ ଧରାପଡ଼ିଥିଲେ ହେଁ ତାଙ୍କୁ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ହତ୍ୟା କରାଯାଇଛି ତାହାର ସଠିକ୍ ସୂଚନା ଲୋକଲୋଚନକୁ ଆସିପାରି ନ ଥିବା ଚର୍ଚ୍ଚା ହେଉଛି । ଜମିବାଡ଼ି, ରାଜନୈତିକ ଆକ୍ରୋଶ ଯୋଗୁଁ ବଲ୍ଲବଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଥିବା ବେଳେ ଏହାର ବିଭିନ୍ନ ଦିଗକୁ ତର୍ଜମା
କରି ତଦନ୍ତ କରାଗଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦାବି ହେଉଛି ।
ଜିଲା ପୁଲିସ ମୁଖିଆ ଏହାକୁ ଜମିଜମା ଓ ରାଜନୈତିକ ଉଦ୍ଦେଶ୍ୟଜନିତ ହତ୍ୟାକାଣ୍ଡ ହୋଇପାରେ ବୋଲି ବଯାନ ଦେଉଥିଲେ ହେଁ ଲୋକେ ଏହାକୁ ସହଜରେ ଗ୍ରହଣ କରୁ ନାହାନ୍ତି । ପ୍ରଥମତଃ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଯୋଗେଶ୍ଵର ଭୋଇ(୪୨)ଙ୍କ ସହ ଜମିବାଡ଼ି ସମସ୍ୟାକୁ ନେଇ ବଲ୍ଲବଙ୍କ ଅନେକ ସମୟରେ ଝଗଡ଼ା ହୋଇଛି ।

ଏହା ଯଦି ମୁଖ୍ୟ କାରଣ ବୋଲି ଗ୍ରହଣ କରାଯାଏ ତା'ହେଲେ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କ ଏଥିରେ ସମ୍ପୃକ୍ତି ରହିବାର କୌଣସି କାରଣ ନାହିଁ । କାହିଁକି ନା ଉକ୍ତ ଜମି ସହ ଏମାନଙ୍କ କୌଣସି ସମ୍ପର୍କ ନାହିଁ କି ଯୋଗେଶ୍ଵରଙ୍କ ସହିତ ଏମାନଙ୍କ ରାଜନୈତିକ ଶତୃତା ନାହିଁ I ଦ୍ଵିତୀଯତଃ ସୁଜେଇ ଧନଞ୍ଜୟ ପଶାୟତ ଓ ଜଗଦିଶ ବଗତ୍ତି ଦୁହେଁ ଗ୍ରାମର I ଜଗଦିଶ ପ୍ରଥମେ ବିଜେଡିର ଜଣେ କର୍ମା ରହିଥ‌ିବା ବେଳେ ପଶାୟତ ବିଜେପିର ଆଗଧାଡ଼ିର କର୍ମୀ । ବସ୍ତୁବ କ୍ଷେତୀ ୨୦୧୭ ରେ ଯେତେବେଳେ ସରପଞ୍ଚ ହୋଇ ଥିଲେ ସେଥିରେ ଜଗଦିଶଙ୍କ ଯଥେଷ୍ଟ ଭୂମିକା ରହିଥିଲା । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ମଧ୍ୟ ରହିଥିଲା । ଗତ ବିଧାନସଭା ନିର୍ବାଚନ ପରଠାରୁ ଜଗଦିଶ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଉଭୟ ପଶାଯତ ଓ ଯୋଗେଶ୍ଵର ଗଳବନ୍ଧ ପଞ୍ଚାୟତର ଜଣେ ଆଗଧାଡ଼ିର କର୍ମୀ ଭାବେ ପରିଚିତ ହୋଇଥିଲେ । ଉଭୟଙ୍କ ଘନିଷ୍ଠତା ପରେ ବଲ୍ଲବଙ୍କୁ ପଞ୍ଚାୟତର ବିଭିନ୍ନ କାମକୁ ବିରୋଧ କରି ଆସୁଥିଲେ । ବିଭିନ୍ନ ଠିକା କାମ ଉଭୟ ଗୋଷ୍ଠୀ ହାତେଇବାକୁ ଚେଷ୍ଟା କରୁଥିଲେ । ଏଥିରେ ଉଭୟେ ବିଫଳ ହୋଇଥିବା ମଧ୍ୟ ଜନସାଧାରଣରେ ଚର୍ଚ୍ଚା ହେଉଛି । ବଲ୍ଲବଙ୍କ ରାଜନୈତିକ ଦବ୍‌ଦବା ଦିନକୁ ଦିନ ବୃଦ୍ଧି ପାଇବା ଓ ବିରୋଧ ଏହାକୁ ମୁକାବିଲା କରିବାରେ ବିଫଳ ହେବା ବୋଧହୁଏ ବିରୋଧୀଙ୍କୁ ଇର୍ଷାନିତ କରିଥିଲା । ଏହା ସହ ବିଭିନ୍ନ ଛୋଟମୋଟ ଘଟଣାକୁ ନେଇ ଅଞ୍ଚଳରେ କେତେକଙ୍କ ସହ ବଲ୍ଲବଙ୍କ ମତାନ୍ତର ଦେଖା ଦେଇଥିଲା । ଗୋଟିଏ ପଟେ ଜଣକ ସହ ଜମିଜମା ବିବାଦ ରହିଥ‌ିବା ବେଳେ ଅନ୍ୟ ପଟରେ ୨ଜଣ ବଲ୍ଲବଙ୍କ ରାଜନୈତିକ ପ୍ରତିଦ୍ଵନ୍ଦୀ । ଗତ ପଞ୍ଚାୟତ ନିର୍ବାଚନରେ ବଲ୍ଲବଙ୍କ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରୁ କେତେକ ଏଥିରେ ସାମିଲ ଥାଇପାରନ୍ତି । ସେ ଦିଗରେ ମଧ୍ୟ ପୁଲିସ ତଦନ୍ତର ଆବଶ୍ୟକ‌ତା ରହିଛି । ପୁଲିସ ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରି ନ ପାରିବା ପୁଲିସ ପାଇଁ ଆହ୍ବାନ ସୃଷ୍ଟି କରିଛି । ବ୍ୟବହୃତ ମାରଣାସ୍ତ୍ର କୋର୍ଟରେ ଦାଖଲ କରା ନ
ଗଲେ ଦୋଷୀଙ୍କ ବିରୋଧରେ ଠୋସ୍ ପ୍ରମାଣ ତଛଡା ହୋଇଯିବ। ଯିବ। ଆରକ୍ଷୀ ଅକ୍ଷକଙ୍କ କହିବା ଅନୁସାରେ କେନାଲର ଗଭୀର ପାଣିରେ 

  ମାରଣାସ୍ତ୍ରକୁ ଅଭିଯୁକ୍ତମାନେ ଫୋପାଡ଼ି ଦେଇଛନ୍ତି । କେନାଲ ପାଣି ବନ୍ଦ କରି ଏହା ଉଦ୍ଧାର କରାଯାଇ ପାରିଥାନ୍ତା । ପୁଲିସ ଏ ଦିଗରେ କାହିଁକି ପଦକ୍ଷେପ ନେଇ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାଯୋଗ୍ୟ, ବିଗତ ଦିନରେ ନୟାଗଡ଼ ପରୀ ହତ୍ୟାର ପ୍ରମାଣ ପାଇଁ ପୁଲିସ ଏକ ପୋଖରୀ ପାଣିକୁ ନିଷ୍କାସନ କରାଇଥିଲା । ତତ୍କାଳୀନ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ଗୋପାଳ ଦାସର ହାତ ଲେଖା ଚିଠି ପାଇବାକୁ ପାଇଖାନା ଟାଙ୍କିକୁ ଖୋଳା ଯାଇଥିଲା। ବଲ୍ଲବ ହତ୍ୟାକାଣ୍ଡର ମାରଣାସ୍ତ୍ର ଉଦ୍ଧାର ପାଇଁ ପୁଲିସ କାହିଁକି କେନାଲ ପାଣି ବନ୍ଦ କରି ନଥିଲେ ବୋଲି ପ୍ରଶ୍ନ ଉଠୁଛି । ହତ୍ୟାକାଣ୍ଡର ରାଜନୈତିକ ଦିଗ ପ୍ରତି ତଦନ୍ତ କରିବାକୁ ଜିଲା ଡୁମାଲ ସମାଜ ପକ୍ଷରୁ ଆରକ୍ଷୀ ଅକ୍ଷକଙ୍କୁ ଦାବି କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କ ଫୋନକଲ୍ ରେକର୍ଡିଂ ସହ ଯାଞ୍ଚ କରାଯିବାକୁ ସଭାପତି ଅଶ୍ବିନୀ ମହାକୁର ଓ ସମ୍ପାଦକ ଈଶ୍ବର କର୍ମୀ ଦାବି କରିଛନ୍ତି । ବଲ୍ଲବଙ୍କ ହତ୍ୟା ପରେ ବୀରମହାରଜପୁର ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ ସଭାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା ବେଳେ ଖୋଦ ନିଜ ବ୍ଲକ ସରପଞ୍ଚ 
ସଂଘ ଏକ ନିନ୍ଦା ପ୍ରସ୍ତାବ ବ୍ୟତୀତ କୌଣସି ପ୍ରତିକ୍ରିୟା ଦେଖାଉ ନଥୁବା ଦେଖିବାକୁ ମିଳିଛି । ଏହା ସହ ଏଭଳି ଏକ ସମ୍ବେଦନଶୀଳ ହତ୍ୟାକାଣ୍ଡରେ ଶାସକ ଦଳ ପକ୍ଷରୁ ତଦନ୍ତ ପାଇଁ କୌଣସି ଦାବି ହୋଇନଥ୍‌ବା ଦେଖାଯାଇଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ କେବଳ ସମାଜିକ ଗଣମାଧ୍ୟମରେ ଓଁ ଶାନ୍ତି, ଦୁଃଖଦ ଘଟଣା, ତଦନ୍ତ କରାଯାଉ, ଦୋଷୀ ଦଣ୍ଡ ପାଉ ଲେଖ୍ କର୍ଭବ୍ୟ ନିଭାଉଥ‌ିବା ଦେଖୁବାକୁ ମିଳିଛି । ବଲ୍ଲବ ହତ୍ୟାକାଣ୍ଡ ରହସ୍ୟ ପର୍ଦ୍ଦାଫାସ କରିବାକୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜନତା ଜନାର୍ଦ୍ଦନ ଙ୍କ ଗୁହାରି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like