-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Jul-2025
ଡାବୁଗାଁ -(ମିହିର ଶଙ୍କର ପାତ୍ର)
ବାଲେଶ୍ଵର ଏଫ ଏମ କଲେଜ ଛାତ୍ରୀ ସୋମ୍ୟଶ୍ରୀ ବିଶି ର ମୃତ୍ୟୁ ପରେ ତାଙ୍କୁ ନ୍ୟାୟ ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି | କିନ୍ତୁ ନବରଙ୍ଗପୁର ଜିଲା ଡାବୁଗାଁ ରେ କେବଳ ସରକାରୀ କାର୍ଯ୍ୟ|ଳୟ ଓ ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ କରାଯାଇଛି | କିନ୍ତୁ ଡାବୁଗାଁ ରେ ସାପ୍ତାହିକ ହାଟ ପ୍ରତ୍ୟେକ ଗୁରୁବାରରେ ପଡୁଥିବାରୁ ଜନସାଧାରଣ ଙ୍କ ସୁବିଧା ନେଇ ଡାବୁଗାଁ ଖୁଲା ରହିଛି।ଏକ ପାଦରେ କହିବାକୁ ଗଲେ ଓଡିଶା ପ୍ରଦେଶ କଂଗ୍ରେସ ର ଓଡିଶା ବନ୍ଦ ଡାକରା ଡାବୁଗାଁ ରେ ସମ୍ପୂର୍ଣ ବିଫଳ ହୋଉଛି। ସାପ୍ତାହିକ ହାଟ ଥୁବାରୁ ଡାବୁଗାଁ ଅଂଚଳର ଜନସାଧାରଣ ଏହି ବନ୍ଦ କୁ ମାନିଲେ ନାହିଁ ସମସ୍ତ ଦକାନ ବଜାର ଖଲା ଅଛି। କେବଳ ଚାରିଚକିଆ ଏବଂ ବଡ଼ ଗାଡି ଯିବା ଆସିବ ବନ୍ଦ ଅଛି।