-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Jul-2025
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟଠାରେ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ଇସ୍ତଫା ଦାବୀ ଏଵଂ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଆଜି ସକାଳୁ ସକାଳୁ ପ୍ରଥମେ କଂଗ୍ରେସ କର୍ମୀ ମାନେ ରାଜରାସ୍ତା ଅବରୋଧ କରିବା ସହ ସୂରଜ ସୂର୍ଯ୍ୟବଂଶୀ ମୂର୍ଦ୍ଦାବାଦ ମୋହନ ନନା ହାଏ ହାଏ ନାରା ଦେଇ ସମସ୍ତ ବସ, ଟ୍ରକ୍ ,ଦୋକାନ ବଜାର, ସ୍କୁଲ କଲେଜ ଓ ଜିଲ୍ଲା କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକୁ ବନ୍ଦ କରିଥିଲେ । ଏହି ବନ୍ଦ ପାଳନରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ବିନୋଦ ପାତ୍ରଙ୍କ ନେତୃତ୍ଵରେ ପର୍ଯ୍ୟବେକ୍ଷକ ରାଜେଶ ମିଶ୍ର, ଜିଲ୍ଲା ସଧାରଣ ସମ୍ପାଦକ ସୁଧିର ପଣ୍ଡା, ପି ସି ସି ସଦସ୍ୟ ଜିତେନ୍ଦ୍ର ପଟ୍ଟନାୟକ, ସୁମିତ ପୂଜାରୀ, ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ, ସୋନପୁର ବ୍ଲକ ସଭାପତି ଲକ୍ଷ୍ମଣ ସୁନା, ମହମ୍ମଦ ଇମ୍ରାମ, ରାଜେନ୍ଦ୍ର ମେହେର, ଚିତ୍ତ ରଞ୍ଜନ କୁମ୍ଭାର, ଜ୍ଞାନ ରଞ୍ଜନ ମିଶ୍ର, ଲକ୍ଷ୍ମଣ ଦାସ, ମାଧବ କୁମ୍ଭାର, ତରଣୀ ବାରିକ, ବରୁଣ ସୁନା, ଆନନ୍ଦ ରଣା, ହରି ଶଙ୍କର ପାଣ୍ଡେ, ବଳଦେବ ଦାସ, କଳାଚାନ୍ଦ ବଗର୍ତ୍ତୀ, ସଚିତା ନନ୍ଦ ସାହୁ, ଭରତ ଜେନା, ସେଖ ତାରା ହୁସେନ, ପ୍ରମୋଦ ଗୁରୁ, ମୁନୁ ଦାଶ, ନିମେଇଁ ପାଣିଗ୍ରାହୀ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇ ସହର ର ବିଭିନ୍ନ ଛକ ରେ ପିକେଟିଂ କରିବା ସହ ବନ୍ଦ ପାଳନକୁ ସଫଳ କରିଥିଲେ ।