-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
ନୟାଗଡ଼, (ପ୍ରଦୀପ କୁମାର ପଣ୍ଡା) - "ବୃକ୍ଷ ହିଁ ଜୀବନ" ଉକ୍ତି ର ମୂଲ୍ୟ ବୁଝି ପାରୁନାହାନ୍ତି କାଠ ମାଫିଆ | ପ୍ରକୃତି ର ସୌନ୍ଦର୍ଯ୍ୟ ତଥା ପ୍ରାଣୀଜଗତ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ କୋଣ ଅନୁକୋଣ ରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସରକାର ତଥା ଅନେକ ସ୍ବେଛାସେବୀ ସଂଗଠନ | କିନ୍ତୁ ବିଭିନ୍ନ କାଠ ଉପକରଣ ର ଅlବଶକ୍ୟତା କୁ ପ୍ରାଧାନ୍ୟ ଦେଇ ଅନେକ କାଠ ମାଫିଆ ମାନେ ବହୁ ଦାମୀ ଜୀବନ୍ତ ବୃକ୍ଷ କୁ କାଟି ପକାଉଛନ୍ତି | କାଠ ମାଫିଆ ଙ୍କ କଳାକାରନାମା କୁ ରୋକ ଲଗାଇବା ପାଇଁ ଜଙ୍ଗଲ ପାହାଡ଼ ଘେରା ନୟାଗଡ଼ ଜିଲ୍ଲାର ଡ଼ିଏଫଓ ଧନରାଜ ଏଚଡି ଏବେ ପ୍ରତିଶୃତି ବଦ୍ଧ ହୋଇ ଛନ୍ତି | ସୂଚନାମୁତାବକ ଧନରାଜ ଏକ ମାରାଥନ ଚଢ଼ାଉ କରିଥିଲେ ଖଣ୍ଡପଡା ବ୍ଳକ ଅଞ୍ଚଳ ରେ | ଖଳିସାହି ପଞ୍ଚାୟତ ପୁଆଣିଆ ଗ୍ରାମ ଏବଂ କଣ୍ଟିଲୋ ନିକଟରେ ବଡବାଣପୁର ଗ୍ରାମରେ ଚୋରାକାଠ ରେ ବିଭିନ୍ନ ଦାମୀ ଉପକରଣ ତିଆରି କରାଯାଇ ବିକ୍ରି ହେଉଥିବା ସୂଚନା ଥିଲା ଡ଼ିଏଫଓ ଙ୍କ ପାଖରେ | ଫଳରେ ଧନରlଜ ନିଜ ତତ୍ୱାବଧାନ ରେ ବନବିଭାଗ ର କର୍ମଚାରୀ ମାନଙ୍କୁ ନେଇ ପ୍ରଥମେ ବଡବାଣପୁର ରେ ଚଢ଼ାଉ କରି ଉକ୍ତ ଗ୍ରାମର ମାୟା ପ୍ରଧାନ, ଦୋଳିଆ ଦାଶ ଏବଂ ମୁନା ମନ୍ତ୍ରୀ ଙ୍କ ଘରୁ ବିପୁଳ ପରିମାଣରେ ଶାଗୁଆନ ଲଗ, ପଟା ଏବଂ ସାଇଜ କାଠ ଜବତ କରିଥିଲେ | ପରେ ପୁଆଣିଆ ଗ୍ରାମର ନବ ମହାପାତ୍ର ଏବଂ ଅନ୍ୟ ଦୁଇଜଣଙ୍କ ଘରେ ଚଢ଼ାଉ କରି ଅନେକ ଦାମୀ କାଠ ଜବତ କରିଥିଲେ | ଡ଼ିଏଫଓ ଙ୍କ ସୂଚନାମୁତାବକ ଏହି ମାରାଥନ ଚଢ଼ାଉ ରେ ଚାରିଲକ୍ଷ ରୁ ଅଧିକ ଦାମ ର କାଠ ଜବତ କରାଯାଇଛି | ଆଗାମୀ ଦିନରେ ଏହିଭଳି ଅକସ୍ମାତ ଚଢ଼ାଉ ଜାରି ରହିବ ବୋଲି ଉକ୍ତି ବାଢିବା ସହିତ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି |