-+91-9937148622 |

prerana_bgr@rediffmail.com |

  Monday 6th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||     

HOME   ଜିଲ୍ଲା

ଯୁକ୍ତ ଦୁଇ ଫାଇନାଲ ପରୀକ୍ଷା ପାସ ନେଇ ୧୨ହଜାର ଟଙ୍କା ନେବା ଫୋନ ରେକଡ ଭାଇରାଲ(ବଦନାମ ଗଳିରେ ବିନିକା ସିଦ୍ଧାର୍ଥ ଜୁନିଅର କଲେଜ)

25-Jun-2025



ବିନିକା(ହିମାଂଶୁ ଶେଖର ପୁଟେଲ)ମନ୍ଦିର ସ୍ୱରୂପ ମଣିଷ ତିଆରି କାରଖାନାରେ ଯେଉଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଡାଯାଏ ସେହି ପବିତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଠାରୁ ପାସ କରେଇବା ବାବଦରେ ୧୨ହଜାର ଟଙ୍କା ନିଆଯାଏ ତେବେ ସେହି ଶିକ୍ଷାନୁଷ୍ଠାନରେ କିଭଳି ପାଠପଢା ହେଉଥିବ ତାହା ଏବେ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିବା ବେଳେ ଟଙ୍କା ମାଗିଥିବା ଅଧ୍ୟାପକ ଓ ଟଙ୍କା ପାଇଁ ଅଧ୍ୟାପକଙ୍କ ସହ କଥା ହୋଇଥିବା ଫୋନ ରେକଡ ଭାଇରାଲ ଏବେ ଏ ଫୋନ ରୁ ସେ ଫୋନକୁ ଘୁରିବାରେ ଲାଗିଥିବାରୁ ଶିକ୍ଷାପ୍ରେମୀ,ଅଭିଭାବକ ତଥା ଭବିଷ୍ୟତ ଗଠନ ନେଇ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହିତ ଘଟଣା ଉପରେ ତଦନ୍ତ କରାଯାଇ ଲାଞ୍ଚଖୋର ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ କଲେଜ କାରନାମାର ପର୍ଦ୍ଦାଫାଶ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା।ଘଟଣାଟି ଘଟିଛି ବିନିକା ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।ଚଳିତ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ପାସ କରାଇବା ନେଇ ବଟାନି ବିଭାଗ ଅଧ୍ୟାପକ ରୋହିତ ଧରୁଆ ଛାତ୍ର ଅନୁରାଗ ପଣ୍ଡାଙ୍କ ଠାରୁ ୧୨ହଜାର ଟଙ୍କା ମାଗିଥିଲେ। ଛାତ୍ର ଜଣକ ୫ହଜାର ଦେଇଥିଲେ ଓ ପରେ ୭ହଜାର ଦେବି ବୋଲି କହିଥିଲେ ।ପରୀକ୍ଷା ସରିଗଲା ପରେ ଅଧ୍ୟାପକ ଧରୁଆ ଫୋନ ଯୋଗେ ପୁନର୍ବାର ୭ହଜାର ଟଙ୍କା ମାଗିଥିଲେ ।ହେଲେ ଛାତ୍ରର ଅଭିଭାବକ ଫୋନ ରିସିଭ କରି ଟଙ୍କା କାହାକୁ ଦିଆଯାଉଛି ଟଙ୍କା ଦେବାର ରସିଦ ଦେଉଛନ୍ତି କି?ଆମ୍ଭେ ନାମଲେଖା ବେଳେ ଟଙ୍କା ଦେଉଛୁ ପୁଣି ପାସ ପାଇଁ ଟଙ୍କା ଦିଆଯିବ ମୁଁ ଏ ବାବଦରେ ଶିକ୍ଷାମନ୍ତ୍ରୀଙ୍କୁ ଅଭିଯୋଗ କରିବି ବୋଲି କହିଥିଲେ।ହେଲେ ଅଧ୍ୟାପକ ଶ୍ରୀ ଧରୁଆ ମଗାହେଉଥିବା ଟଙ୍କା ବୋର୍ଡ ରେ କାଗଜପତ୍ର ପାଇଁ ଭରାଯାଉଛି ବୋଲି କହିଥିଲେ ।ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସରକାର ମାଗଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ମନୁଷ୍ୟ ତିଆରି କାରଖାନାରେ ଉତ୍ତମ ଶିକ୍ଷାଦାନ ପରିବର୍ତ୍ତେ ଟଙ୍କା କାରବାର ହେବା କେତେଦୂର ସମିଚନ ତାହା ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟଙ୍କା ମାଗିବା ଫୋନ ରେଜଡ କଲ ସୋସିଆଲ ମିଡିଆରେ ଭାଇରାଳ ହେବା ପରେ ସିଦ୍ଧାର୍ଥ ଜୁନିଅର କଲେଜର ଗୌରବ ମଧ୍ୟ କ୍ଷୁର୍ଣ୍ଣ ହେବାରେ ଲାଗିଛି ।ତେବେ ଏହି ଶୀର୍ଷକାତର ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ସମୟ ହିଁ କହିବ ।

ବଟାନି ଅଧ୍ୟାପକ ଓ ଛାତ୍ର ଅଭିଭାବକଙ୍କ ମଧ୍ୟରେ ଭାଇରାଲ ଫୋନ ରେକଡ ବାର୍ତ୍ତା

ଅଭିଭାବକ-ଆପଣ କଉ ଟିଚର କଣ ପଢ଼ାନ୍ତି 
ଅଧ୍ୟାପକ-ବଟନି 
ଅଭିଭାବକ- ଆଜ୍ଞା 
ଅଧ୍ୟାପକ-ବଟନି ଆଜ୍ଞା 
ଅଭିଭାବକ- ବୁଝି ପାରିଲିନି 
ଅଧ୍ୟାପକ-ବଟନି ପଢାସି 
ଅଭିଭାବକ- ଓ..ହୋ.. ସବୁ ଛୁଆଙ୍କ ପାଖରୁ ୧୨ହଜାର ନେଉଛନ୍ତି କି ?
ଅଧ୍ୟାପକ-ହଁ ନିଆ ହୋଇଥିଲା ଦେଇଛନ୍ତି ବି 
ଅଭିଭାବକ-ଆଛା ଆଛା 
ଅଧ୍ୟାପକ- ପହିଲା ପାଞ୍ଚ ଦେଇଥିଲା 
ଅଭିଭାବକ- କିଏ ବାବୁ 
ଅଧ୍ୟାପକ- ହଁ ହଁ ଆପଣଙ୍କୁ ହେଟା ନାଇ କହିଥିବା ବୋଧେ 
ଅଭିଭାବକ- ହଁ 
ଅଧ୍ୟାପକ- ପରେ ଦେମି ବୋଲି ଆଜ୍ଞା ବଇଲା ଯେ ଅସୁବିଧା ଅଛେ ବୋଲି ଠିକ ଅଛେ ପରେ କେବେ ଦେବୁ ସିନେ ଆମେ ଏଡଜଷ୍ଟ କରି ଦେଇଥିମୁ ବୋଲି କହିଲି 
ଅଭିଭାବକ- ହଁ ହିଁ ଆପଣ ଜେନ ଛୁଆ ମାନଙ୍କ ପାଖରୁ ୧୨ହଜାର ଟଙ୍କା ନେଇଛନ । ରିସିଭ ଦେଉଛନ କି 
ଅଧ୍ୟାପକ- ରିସିଭ ନାଇ ଆଜ୍ଞା ରିସିଭ କାହିଁ ଦେମୁ ଇଟା ସେନ କରା ହେସି କାଗଜ ପତ୍ର 
ଅଭିଭାବକ- କେନେ 
ଅଧ୍ୟାପକ- ବୋର୍ଡରେ ଆଜ୍ଞା 
ଅଭିଭାବକ-ବଇଲେ ଆପଣ କଲେଜ ଖୋଲିଛନ୍ତି ପଢ଼ାଉଛନ୍ତି ବି ଆଉ ପଢା ସରିଲା ପରେ ଛୁଆକୁ ପରୀକ୍ଷାରେ ପାସ କରାଇବା ନେଇ ଟଙ୍କା ନେଉଛନ ।
ପ୍ରତିକ୍ରିୟା (୧) - ଅନୁରାଗ ପଣ୍ଡା(ଛାତ୍ର)
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପାସ କରବାର ଲାଗି ୫ହଜାର ବଟନୀ ଅଧ୍ୟାପକଙ୍କୁ ଦେଇଥିଲି ଓ ବାକି ୭ହଜାର ପରେ ଦେମି ବୋଲି କହିଥିଲି ସେନ୍ତା ଅଲଗା ବିଭାଗର ଛାତ୍ରଛାତ୍ରୀ ମାନେ ମଧ୍ୟ ଟଙ୍କା  ଦେଇଛନ ।କିନ୍ତୁ ମୁଁ ମୋର ବିଭାଗର ଅଧ୍ୟାପକକେ ଦେଇଥିଲି ।
ପ୍ରତିକ୍ରିୟା (୨) - ରୋହିତ ଧରୁଆ(ଅଧ୍ୟାପକ ବଟାନୀ ବିଭାଗ) ଏନେଇ ଅଭିଯୋଗ ହୋଇଥିବା ଅଧ୍ୟାପକଙ୍କୁ ପଚାରିବାରୁ ମୁ କାହାକୁ ଟଙ୍କା ମାଗୁନାହିଁ କି ଫୋନ କରିନାହିଁ ବୋଲି କହିଛନ୍ତି l ମୋ ନାମରେ ଏକ ଷଡ଼ଯନ୍ତ୍ର କରି ମିଛରେ ଫସେଇ ଦିଆଯାଇଥିବା କହିଛନ୍ତି l                        ପ୍ରତିକ୍ରିୟା (୩)- ରେଖା ପ୍ରଧାନ(ଅଧ୍ୟକ୍ଷା) ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ                ଏ ବାବଦରେ ଅଧ୍ୟାପକ କିମ୍ବା ଅଧ୍ୟୟନ କରୁଥିବା କୌଣସି ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକଙ୍କ ପାଖରୁ କୌଣସି ଅଭିଯୋଗ ଆସିନାହିଁ। କଲେଜରେ ଲାଗିଥିବା ସିସିଟିଭି ନଜରରେ ପରୀକ୍ଷା ସୂଚାରୁରୁପେ ହୋଇଛି । ଏପରିକି ପରୀକ୍ଷାର ବିଭିନ୍ନ ଦିନ ଗୁଡ଼ିକରେ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରି ପତିଦର୍ଶନରେ ଆସି ଦେଖିଛନ୍ତି l ଏହି ଘଟଣାକୁ ଗୁରୁତର ସହ ନେଇ ଯଦି ଫୋନ ରେକର୍ଡ଼ ସତ ହୋଇଥିବ ଏବଂ ବଟନି ଅଧ୍ୟାପକ ଟଙ୍କା ମାଗିଥିବେ ତାହେଲେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   06-Jul-2026
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026
  ଜିଲ୍ଲା  
ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ   05-Jul-2026
  ଜିଲ୍ଲା  
କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ   05-Jul-2026

You Might Also Like