-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ତୁରେକେଲା(କୈଳାସ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଜେନ ଗାଁର ତୁଲାରାମ ଜାନି (୫୫) ଘରଦ୍ୱାରରେ ଶୋଇଥିବା ବେଳେ ବେକରେ ଟାଙ୍ଗିଆ ଦ୍ୱାରା ହତ୍ୟା କରିଥିବା ଜଣାପଡିଛି। ନିଜ ପତ୍ନୀ ତିଲତମା ଜାନୀ(୫୦) ଓ ଝିଅ ଗାୟତ୍ରୀ ଜାନୀ(୧୯) କହିବା ମୁତାବକ ପୂର୍ବରୁ ଭାଇ ଭାଇ ମଧ୍ୟରେ ଟଣାଓଟରା ଚାଲି ରହିଥିବା କହିଥିଲେ। କିଛି ବର୍ଷତଳେ ତୁଲାରାମ ଜାନିଙ୍କ ବଡ଼ ଭାଇ ଶୁଲାଉନ ଜାନୀ ବହୁମୂତ୍ର ଓ କ୍ରୀଟିନୀନ୍ ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା। ଏନେଇ ପୂର୍ବରୁ ରାଗ ରଖି ଗତ ରାତିରେ ପ୍ରାୟ ୯ ଘଣ୍ଟା ସମୟରେ ଘରଦ୍ୱାରରେ ଶୋଇ ଥିବା ହତ୍ୟା କରାଯାଇଥିବା ଘଟଣା ସଂପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନଙ୍କୁ ଜଣାଇବାରୁ ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଂଚି ଶବଜବତ କରି ଚାରି ଜଣଙ୍କୁ ଥାନାରେ ଅଟକ ରଖିଥିବା ଦୁହେଁ ତିଲୋତମା ଓ ଝୀଅ ଗାୟତ୍ରୀ ଜାନୀ କହିଛନ୍ତି। ଏନେଇ ପୋଲିସ୍ ପ୍ରଶାସନ ତୁରେକେଲା ଗୋଷ୍ଠୀ ଚିକିତ୍ସାଳୟକୁ ନେଇ ଶଵ ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।ଏପଟେ ଗୋଟିଏ ବୋଲି ଝୀଅ ଗାୟତ୍ରୀ ଜାନୀକୁ ବର୍ଷକୁ ୨୦ହଜାର ଟଙ୍କା ଦେଇ ଭୂବନେଶ୍ୱରରେ ପାଠ ପଢ଼ାଉଥିବା ଗାୟତ୍ରୀ କହେ। ଗାୟତ୍ରୀ କହେ ଯେ, ମୁଁ ବର୍ତ୍ତମାନ +୩ ପରୀକ୍ଷା କେମିତି ଦେବି ? ମୋର ବାପା ବଞ୍ଚିଥିଲେ ବୋଲି ମୋ ପାଇଁ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଉ ଥିଲେ। ମୋର୍ ମାଁ କେଉଁଠି କି କାମ କରି ମତେ ପାଠ ପଢ଼ାଇ ପାରିବ ବୋଲି ଚିନ୍ତିତ।ଏଥି ପ୍ରତି ପ୍ରଶାସନ ଗାୟତ୍ରୀ ଜାନୀକୁ ଏକ ଦୃଷ୍ଟିଗୋଚର ନିଆଗଲେ ସୂଚାରୁରୂପେ ତାଙ୍କ ଭବିଷ୍ୟତ ଗଢି ପାରିବ ବୋଲି ଜନସାଧାରଣ କହିଥାନ୍ତି।