-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ପୁରୀ (ପ୍ରେରଣା ଖବର) ପୁରୀ ଜିଲ୍ଲାରୁ ପୁଣି ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ପିପିଲି ହରିପୁର ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କଠାରୁ ୩୦ ଗ୍ରାମ ଓ ଡେଲାଙ୍ଗ ଥାନା ସେବକ ସାହି ପାଟଣାର ରାମଚନ୍ଦ୍ର ବେହେରାଙ୍କଠାରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ଦର ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଶନିବାର ସକାଳୁ ଅବକାରୀ ଟିମ୍ ଚଢ଼ାଉ କରିଥିଲେ।