-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
18-Jun-2025
ବିନିକା(ହିଂମାଶୁ ଶେଖର ପୁଟେଲ)ବିନିକା ସ୍ଥିତ ଚନ୍ଦ୍ରମା ସଭାଗୃହ ଠାରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ଓଡ଼ିଶା ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ସର୍ବୋଦୟ ସଂକଳ୍ପ ଶିବିର ଆଜିଠାରୁ ଆରମ୍ଭ ହୋଇଛି।ଏହାକୁ ଜିଲ୍ଲା କଂଗ୍ରେସ ସଭାପତି ତଥା ସୋନପୁର ପୂର୍ବତନ ବିଧାୟକ ବିନୋଦ ପାତ୍ର ଉଦ୍ଘାଟନ କରିଥିଲେ।ଏଥିରେ ଅତିଥି ଭାବରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଜଟିତସ୍ତର ଉପ ସଭାପତି କୁନାଲ ବାନାର୍ଜୀ, ଆରଜିପିଆରଏସ ରାଜ୍ୟ ସଭାପତି ସୁଦର୍ଶନ ଦାସ,ସାଧାରଣ ସମ୍ପାଦକ ବିଜୟ ପ୍ରଧାନ,ରୂପକ ଥୁରୁକ,ସୋନପୁର ମହିଳା କଂଗ୍ରେସ ସଭାପତି ଭବାନୀଜି ପି ଦୀପ,ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ,ସୋନପୂର ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁ,ଜିଲ୍ଲା ଆର ଜି ପି ଆଇ ଏସ ସାଧାରଣ ସମ୍ପାଦକ ଲବ କୁମାର ସାହୁ ପ୍ରମୁଖ ଯୋଗଦେଇ ସଂଗଠନର ଉଦ୍ଦେଶ୍ୟ,କାର୍ଯ୍ୟକଳାପ ଓ ତାର ସଫଳତା ଉପରେ ପ୍ରାଞ୍ଜଳ ଭାବେ ଅବଗତ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗ୍ରାମ କେଶରୀ ନାୟକ,ରାଘବ ଦାସ,ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତା,ନରେନ୍ଦ୍ର ପଣ୍ଡା,ସୁଧାଂଶୁ ପଣ୍ଡା,ସପନେଶ୍ୱର୍ ପୃଷ୍ଟି,ସୁମନ୍ତ ସାହୁ,ମହେନ୍ଦ୍ର ଥନାପତି,ବିକାଶ ପଣ୍ଡା,ସୁନିଲ ପ୍ରଧାନ,ସୁରେଶ ପଣ୍ଡା,ନରେନ୍ଦ୍ର ସାହୁ,ଅନିଲ ନାୟକ,ଉମାକାନ୍ତ ଦୀପ,ଗୋବିନ୍ଦା ଝାଙ୍କର,ପ୍ରଭୁଦତ୍ତ ବସ୍ତିଆ,ରାଜୁ ବାରିକ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ ସାମିଲ ହୋଇଥିଲେ।