-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
17-Jun-2025
(ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବ୍ଲକ ମିଶନ ଶକ୍ତି ସଭା ଗୃହ ଠାରେ ସବ୍ ଡିଭିଜନ ସ୍ତରୀୟ ଅଦ୍ଵିକା କିଶୋରୀ ଶୁଭଦ୍ରା ଦିବସ ତଥା ରଜ ରଙ୍ଗ ଦିବସ ପାଳିତ ହୋଇ ଯାଇଛି l ସୋନପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସାଗରିକା ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କୁମାର କର ସମ୍ମାନିତ ଅତିଥି ଭାବରେ ପ୍ରକଳ୍ପ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅନିତା ଗୁରୁ, ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁପମା ପଣ୍ଡା , ସୋନପୁର ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରତୀକ କୁମାର କର ଯୋଗ ଦେଇ ରଜ ପର୍ବ ର ମହତ୍ତ୍ଵ ଉପରେ ବୁଝାଇ କିଶୋରୀ ବାଳିକା ଙ୍କୁ ଉତ୍ସାହିତ କରିଥିଲେ l ପ୍ରୋଗ୍ରାମ ଅଫିସର ସୁଦେଶ୍ନା ମେହେର, ବାସନ୍ତୀ ଭୋଇ, ପୋଷଣ ଜିଲ୍ଲା ସଂଯୋଜକ ସଞ୍ଜୀବ ମିଶ୍ର ମଧ୍ୟ ଯୋଗ ଦେଇ କିଶୋରୀ ବାଳିକା ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ସମସ୍ତ ସୁପର ଭାଇଜର, ପି ଏ, ମମତା, ପୋଷଣ ବ୍ଲକ ସଂଯୋଜକ, ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଅଙ୍ଗନ ୱାଡ଼ି କର୍ମୀ ଓ କିଶୋରୀ ବାଳିକା ମାନଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଶା ର ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ କରା ଯାଇଥିଲା l ଓ କିଶୋରୀ ବାଳିକା ମାନଙ୍କ ଦ୍ବାରା ପୁଚି ଖେଳ, ପାରମ୍ପରିକ ଓଡିଆ ନାଚ, ଓ ରାମ୍ପ ସୋ ପ୍ରତିଯୋଗୀତା ଆୟୋଜନ କରାଯାଇ ଥିଲା l ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା l କିଶୋରୀ ବାଳିକା ମାନେ ରଜ ମୁକୁଟ ପରିଧାନ କରି ସେଲ୍ଫି ଷ୍ଟାଣ୍ଡ ରେ ଫଟୋ ନେଇ ରଜ ଦୋଳି ଖେଳି ରଜ ରଙ୍ଗ ପର୍ବ ରଖୁବ ମଜା ନେଇ ଥିଲେ l