-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||     

HOME   ଜିଲ୍ଲା

ଗ୍ରାମ୍ୟ ଜଙ୍ଗଲରୁ ଦିନଦହାଡା ଗଛଚୋରି....ଗ୍ରାମବାସୀ ଙ୍କ ପାଖରେ ଟ୍ରକ୍ ଚାଳକ ଅଟକ,ଅନ୍ୟମାନେ ଫେରାର ପ୍ରକୃତିର ରକ୍ଷକ ଭକ୍ଷକ ସାଜିନାହାନ୍ତି ତ ?

14-Jun-2025



ଅତାବିରା(ଆକାଶ ମିଶ୍ର): ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସୃଷ୍ଟି କରାଯାଇଥିବା ଗ୍ରାମ୍ୟ ଜଙ୍ଗଲ କୁ ଦୁର୍ବୃତ୍ତ ମାନେ କାଟି ଦେଇଛନ୍ତି। ଏ ହେଉଛି ବରଗଡ଼ ଜିଲ୍ଲା   ଅତାବିରା ବ୍ଲକ ଟାଙ୍ଗର ପାଲି  ପଞ୍ଚାୟତ ଅନ୍ତର୍ଗତ  ନୂଆପଡ଼ା ଗାଁର ଗ୍ରାମ୍ୟ ଜଙ୍ଗଲର ଦୃଶ୍ୟ। ସୂଚନାଯୋଗ୍ୟ ଯେ, ପ୍ରାୟ ୨୫/୩୦ ବର୍ଷ ତଳେ ଗ୍ରାମବାସୀଙ୍କ ପକ୍ଷରୁ  ସରକାରୀ ଜଙ୍ଗଲ ସୀମାକୁ ଲାଗି ରହିଥିବା ଦୁଇଶହ ଏକର ଗୋଚର ଜମିରେ ମୂଲ୍ୟବାନ ଗଛ ଗୁଡ଼ିକ ରୋପଣ  କରିଥିଲେ । ଏହାର ରକ୍ଷଣ ବେକ୍ଷଣ ପାଇଁ ପ୍ରଥମେ ଗ୍ରାମ ର ଚିନି କିରୋସିନି  ଡିଲରରୁ ୫୦ ପଇସା ଲେଖାଏଁ ସଞ୍ଚୟ  କରି ସେହି ପଇସାରେ ଜଣେ ଜଗୁଆଳି ରଖିଥିଲେ । ଗ୍ରାମବାସୀ  ପରିଶ୍ରମ କରି  ଏହି ଜଙ୍ଗଲ ର ଗଛ ଗୁଡ଼ିକ ର ଯତ୍ନ ନେଇ ଆସୁଥିଲେ। ଆଜି ସେହି

ଗଛ ଗୁଡ଼ିକ  ବଡ଼  ବଡ  ହୋଇ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଥିଲା ।ଗଛ ଗୁଡ଼ିକ ବଢିବା ପରେ ଆଉ ଜଗୁଆଳି ରଖି ନାହାନ୍ତି । ହେଲେ ଦୁଇ ତିନ ଦିନ ହେଲା  କିଛି ଦୁର୍ବୃତ୍ତ ମାନେ ଆସି ଦିନ ବେଲା ଶବ୍ଦ ବିହୀନ ଯନ୍ତ୍ରରେ ଗଛ କାଟି ପ୍ରାୟ ୬ ରୁ ୭ ଟ୍ରିପ ଗଛ ନେଇ ସାରିଥିଲେ । କାଲି ପ୍ରାୟ ସନ୍ଧ୍ୟା ୫ ଟାରେ ଗ୍ରାମବାସୀ ତାଙ୍କୁ ଧରିଥିଲେ । ଗୋଟିଏ କାର ନଂ ଓଡି ୧୫ ଡବ୍ଲୁ ୦୬୬୯ ସହ କଟା ଗଛ ବୋଝେଇ ହୋଇଥିବା ସୋନପୁର ର ଏକ ଟ୍ରକ ନଂ ଓଡ଼ି ୩୧ ଏମ୍ ୪୮୦୦  ଓ ଗୋଟିଏ  ସ୍ବରାଜ ଟ୍ରାକ୍ଟର  ନଂ ଓଡ଼ି ୧୭ ଏ ସି୬୯୭୨ରେ ମୂଲ୍ୟବାନ ଶାଳ ଓ  ଆକାସିଆ ଗଛକୁ କାଟି  ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ  କରିନେଇ ଗାଡ଼ି କୁ ଅଟକାଇ ରଖିଥିଲେ ।  କାର ରେ  ଜଣେ ଝିଅ  ଓ ଜଣେ ପୁରୁଷ ଥିଲେ । ସେମାନେ  ଗ୍ରାମବାସୀ ଙ୍କ ସହ ପାଟିତୁଣ୍ଡ କରି, ଜମି  ଆମର ବୋଲି କହିଥିଲେ  ଓ ସେଠାରୁ ଚମ୍ପଟ ମାରିଥିଲେ ।ଜମି ଯଦି ତାଙ୍କର ,ତେବେ ସେମାନେ କାହିଁକି ସେଠାରୁ ପଳାୟନ କରିଥିଲେ ?  ଜମିର ମାଲିକ ଯଦି ସେମାନେ, ତାଙ୍କ ପାଖରେ କାହିଁକି  ଜଙ୍ଗଲ ବିଭାଗର ଅର୍ଡର ନଥିଲା ଗଛ କାଟିବା ପାଇଁ ? ଟ୍ରକ ଡ୍ରାଇଭର ଅଶୋକ ସାହୁ କୁ କେବଳ  ଗ୍ରାମବାସୀ ଅଟକାଇ ରଖିଛନ୍ତି ।ଟ୍ରାକ୍ଟର ଡ୍ରାଇଭର ମଧ୍ୟ ଫେରାର ମାରିଛି । ଯେତେଦିନ ପର୍ଯ୍ୟନ୍ତ ଟ୍ରକ୍ ମାଲିକ ନ ଆସିବେ,ସେତେଦିନ ପର୍ଯ୍ୟନ୍ତ ଛଡାଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଗଛ ଗୁଡିକ ଦିନବେଳେ କାଟୁ ଥିଲେ ମଧ୍ୟ ବନ ବିଭାଗ ନଜରରେ ନ ପଡିବା ପରିତାପର ବିଷୟ। ଏନେଇ ପରିବେଶବିତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  କମଗାଁ  ରେଞ୍ଜର ଅଧିନସ୍ଥ ଏହି ଗ୍ରାମ୍ୟ ଜଙ୍ଗଲ ଟି ଥିବାରୁ   ରେଞ୍ଜର ଅଫିସ କୁ ଖବର ଦେବାପରେ  ଜଙ୍ଗଲ ବିଭାଗର ସରକାରୀ  ଅଧିକାରୀ କୈଳାଶ  ମାଝୀ ପହଞ୍ଚି ଏହାର ତଦନ୍ତ କରିଥିଲେ ।କିନ୍ତୁ ବିଡ଼ମ୍ବନାର ବିଷୟ ଯେ ,ତାଙ୍କୁ ମଧ୍ୟ ଜଣା ନାହିଁ ଯେ ଗଛ କଟାଯାଇଥିବା ଜମି ଟି କାହାର ବୋଲି !କୌଣସି  ବ୍ୟକ୍ତି ବିଶେଷଙ୍କ ର ନା ସରକାରୀ  ଜମି ରୁ ଗଛ କଟାଯାଇଛି ,ତାହା ଜାଣିବା ପାଇଁ ସେ ଜମି ମାପ ପାଇଁ  ରାଜସ୍ବ ଅଧିକାରୀ ଙ୍କୁ ଡାକିଛନ୍ତି ।ହେଲେ କାଲି ସନ୍ଧ୍ୟା ରୁ ଆଜି ସନ୍ଧ୍ୟା ,ଦୀର୍ଘ ୨୪  ଘଣ୍ଟା ବିତିଯାଇଥିଲେ  ମଧ୍ୟ ଜମି ଚିହ୍ନଟ ପାଇଁ ରାଜସ୍ବ ଅଧିକାରୀ ପହଞ୍ଚି ନାହାନ୍ତି। ତେଣୁ ଜଙ୍ଗଲ ବିଭାଗର ମଧ୍ୟ ହାତ ରହିଛି ଗଛଚୋରୀରେ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।  ଯଦି ଗ୍ରାମବାସୀ  ଙ୍କୁ ଜଙ୍ଗଲ ବିଭାଗ ଭୁଆଁ ବୁଲାଇ ଦେଇ ପାରୁଛନ୍ତି , ତେବେ ଯଦି ବ୍ୟକ୍ତିଗତ କାହାର ଜଙ୍ଗଲରୁ ଏପରି ଚୋରି ହୁଏ ତେବେ ଜଙ୍ଗଲ ବିଭାଗ କଣ ତାର କଥା ବୁଝିବେ !  ଜଙ୍ଗଲ ବିଭାଗୀୟ ଅଧିକାରୀ ଙ୍କୁ ପଚାରିଲେ କହୁଛନ୍ତି  ତଦନ୍ତ ଚାଲିଛି ।କିନ୍ତୁ ତାହା ମଧ୍ୟ ସତ ନା ମିଛ ,ଗ୍ରାମବାସୀ ଙ୍କ ପାଇଁ ପ୍ରଶ୍ନବାଚୀ ହୋଇ ରହିଛି ।  ଏତେ ବଡ଼ ଅପରାଧ କରୁଥିବା ଅପରାଧୀ ମାନେ

ବିନ୍ଦାସ ଖସି ପଳାଉଛନ୍ତି, ହେଲେ ଜଙ୍ଗଲ ଜୀବିକା କରୁଥିବା ଗରିବ ଲୋକଙ୍କ ଉପରେ ଜଙ୍ଗଲ ବିଭାଗ ତାର  ତୁଫାନ ଦେଖାଇ କାଣିବିରାଡ଼ିର କୁଜି  ଅସରପା ଉପରେ ରାଗ  ପରି   ଜୋରିମାନା କରି ନିଜ ପଦବୀର ଇଜ୍ଜତ ସମ୍ଭାଲୁଛନ୍ତି । ଗ୍ରାମବାସୀଙ୍କ ଶ୍ରମ ଓ ସପ୍ନର ଜଙ୍ଗଲକୁ ଦୁର୍ବୃତ୍ତ ମାନେ ଧୂଳିସାତ କରିଦେଇଛନ୍ତି, ହେଲେ ଜଙ୍ଗଲ ବିଭାଗର ସକ୍ରୀୟତା ସେତେ ପରିମାଣରେ ଦେଖାଯାଉ ନ ଥିବା ନେଇ, ପ୍ରକୃତିର ରକ୍ଷକ  ଭକ୍ଷକ ସାଜିଛନ୍ତି ବୋଲି  ଗ୍ରାମବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଉଛି । ନିଜ ବ୍ୟକ୍ତିଗତ ଜମିରୁ ଗଛ କାଟିଲେ ଜଙ୍ଗଲ ବିଭାଗରୁ ଅନୁମତି ନେବାକୁ ପଡ଼ୁଥିବା ବେଳେ ସରକାରୀ ଜଙ୍ଗଲକୁ ଲାଗି ରହିଥିବା ଗ୍ରାମ୍ୟ ଜଙ୍ଗଲରୁ  ଦିନ ଦହାଡା ଗଛଚୋରି, ଜଙ୍ଗଲ ବିଭାଗର ନିଷ୍କ୍ରିୟତା ପ୍ରତି  ପ୍ରଶ୍ନ ବାଚି ସୃଷ୍ଟି  ଉଠୁଛି lତେବେ ଦେଖାଯାଉ ଏଥିପ୍ରତି ଜଙ୍ଗଲ ବିଭାଗ କେତେ ସମ୍ବେଦନଶୀଳ,କେତେ ଦାୟିତ୍ୱବୋଧ  ପ୍ରଦର୍ଶନ କରୁଛନ୍ତି ନା ନିଷ୍କ୍ରିୟତା ପ୍ରଦର୍ଶନ କରି ଅସାଧୁ ବ୍ୟକ୍ତିଙ୍କୁ  ପ୍ରୋତ୍ସାହନ ଯୋଗାଉଛନ୍ତି ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026

You Might Also Like