-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
14-Jun-2025
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଆଜିକୁ ମାସେ ହେବ ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅଧୀନ ପୂଜାରୀଗୁଡା ଗ୍ରାମରେ ପନ୍ୟ ଜଳ ସମସ୍ୟା ଦେଖା ଦେଇଛି। ପାଣି ଛାଡ଼ୁନାଇଁ ପାନ୍ୟଜଳ ବିଭାଗରେ କାର୍ଯ୍ୟରତ ସ୍ଥାନୀୟ କର୍ମଚାରୀ। *'ଗ୍ରାମବାସୀ ମାନେ କଣ ପାଇଁ ପାଣି ଛାଡ଼ୁନୁ କହିଲେ ସେ କହୁଛି ପଇସା ଦେଲେ ପାଣି ଛାଡ଼ିବି ନଦେଲେ ନାଇଁ* ବର୍ତ୍ତମାନ ପ୍ରଶ୍ନ ଉଠୁଛି ଗ୍ରାମବାସୀଙ୍କୁ ପାଣି ଛାଡିବା ପାଇଁ ଯେଉଁ ପଇସା ମାଗୁଥିଲା ପାନୀୟ ଜଳ ଯୋଗାଣ ବିଭାଗାର ସ୍ଥାନୀୟ କର୍ମଚାରୀ ସେଥିରେ କାହାର କେତେ ଭାଗ ଅଛି??? ଏବିଷୟରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ପିଇପ ଏବଂ ବିଭାଗୀୟ ଜେଇ ଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ୍ୟ କଣସି ପ୍ରକାର ସମାଧାନ ହୋଇ ପାରିଲା ନାଇଁ। ସୂଚନା ଥାଉ କି:-ଯେଉଁ ଦିନ ଡାବୁଗାଁ ରେ ଯୁଗ୍ମ ଅଭିଯୋଗ ସୁନାଣି ଥିଲା ସେ ଦିନ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଗ୍ରାମବାସୀ ଆସିବା ସମୟରେ ତାଙ୍କୁ ପଞ୍ଚାୟତ ର କିଛି କର୍ମଚାରୀ ଆଜି ନାଇଁ କାଲିକୁ ଜୋ କହି ଅଟକାଇ ଦେଇଥିଲେ। ଏହି ବିଷୟରେ ପୁଜାରିଗୁଡା ଗ୍ରାମବାସୀ ମାନେ ଆସି ଡାବୁଗାଁ ବ୍ଲକ କାର୍ଯ୍ୟାଳରେ ଲିଖିତ ଭାବରେ ଜଣାଇଛନ୍ତି। ବର୍ତ୍ତମାନ ଦେଖୁବାକୁ ବାକି ରହିଲା ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କିଭଳି ପଦକ୍ଷେପ ନେଉଛି।ଏବଂ ପନ୍ୟ ଜଳ ବିଭାଗରେ ଥିବା କନିଷ୍ଟ ଯନ୍ତ୍ରୀ ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ କିଭଳି ପଦକ୍ଷେପ ନେଉଛି। କାରଣ ପାଣି ପାଇଁ ପଇସା ମାଗିବା କେତେଦୂର ଯୁକ୍ତି ଯୁକ୍ତ ତାହାବି ସରକାରୀ କର୍ମଚାରୀ।