-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
11-Jun-2025
ଅତାବିରା(ଆକାଶ ମିଶ୍ର) ଅତାବିରା ମାରବାଡ଼ି ସମ୍ମେଳନ ଓ ମାରବାଡ଼ି ଯୁବାମଞ୍ଚର ମିଳିତ ଉଦ୍ୟମରେ ତଥା ରେଟ୍ରୋ ହ୍ୟୁମାନ କ୍ୟାର ଫାଉଣ୍ଡେସନର ସହଯୋଗରେ ସ୍ଥାନୀୟ ଅଗ୍ରସେନ ଭବନରେ ଆୟୁର୍ବେଦିକ ମେଡ଼ିକାଲ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସମ୍ମେଳନର ଫାଉଣ୍ଡର ସଭାପତି ବିଜୟ ମିତ୍ତଳ, ସମ୍ମେଳନର ସଭାପତି ସତ୍ୟନାରାୟଣ ଅଗ୍ରୱାଲ, ଯୁବାମଞ୍ଚ ସଭାପତି ପୁଲକିତ ଅଗ୍ରୱାଲ ଓ ଜାଗୃତି ଶାଖା ସଭାନେତ୍ରୀ ରେଖା ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଶିବିରକୁ ଉତଘାଟନ କରିଥିଲେ।ହ୍ୟୁମାନ କ୍ୟାର ଫାଉଣ୍ଡେସନର ପରିଚାଳକ ଡା. କେ.ରତ୍ନମଙ୍କ ତତ୍ତ୍ୱାବଧାନରେ ଡା. ପି.ସି ଦଳେଇ, ଡା ଶୀତଳ ନନ୍ଦ, ଟି ଭେଙ୍କଟ ରାଓ, ସୁନୀଲ ଜିତେ ଜାପାନୀସ ଟେକ୍ନୋଲୋଜି ମେସିନମାଧ୍ୟମରେ ସମ୍ପୂର୍ଣ୍ଣ ଶରୀରର ର ପରୀକ୍ଷାନିରୀକ୍ଷା କରିବା ସହ ଔଷଧ ସେବନର ପରାମର୍ଶ ଦେଇଛନ୍ତି।ଏହି ଶିବିରରେ ତିନି ଦିନରେ ସମୁଦାୟ ୩୦୦ ଜଣଙ୍କ ପରୀକ୍ଷା ନିରୀକ୍ଷା ହୋଇଛି ।ଉମେଶ ଅଗ୍ରୱାଲ, ରାକେଶ ଅଗ୍ରୱାଲ, ଅର୍ପିତ ବାଙ୍କା, ଶିବମ,ପବନ, ପୀୟୂଷ, ଅନୁପ, ସଦିପ,ଅନିକେତ, ସଂଗୀତା, ମଧୁ, ସୁନିତା ପ୍ରମୁଖ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଛନ୍ତି।