-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ପରିବହନ ଓ ଶ୍ରମ ବିଭାଗର ଚଢାଉ,୧୧୬ ଜଣ ଶ୍ରମିକ ଉଦ୍ଧାର 

06-Jun-2025



ମାଲକାନଗିରି(କେଶବ ନାୟକ): ମାଲକାନଗିରି ଜିଲ୍ଲା ପରିବହନ ଓ ଶ୍ରମ ବିଭାଗର କର୍ମଚାରୀମାନେ ଅଚାନକ ଏକ ଘୋରେଇ ବସରେ ୧୧୬ ଜଣ ଶ୍ରମିକମାନଙ୍କୁ ନେଇ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରୁଥିବା ବେଳେ ବସରୁ ୧୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅତ୍ୟଧିକ ଯାତ୍ରୀ ନେବା ଅଭିଯୋଗରେ ପରିବହନ ବିଭାଗ ବସ୍ ମାଲିକଙ୍କୁ ୨୪,୨୦୦ ଟଙ୍କା ଜରିମାନା ପକାଇଥିବା ସୂଚନା ମିଳିଛି।
ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ ଶ୍ରୀବାଲାଜୀ ନାମକ ଏକ ଘରୋଇ ବସ୍ ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିରେ ବସିବା  କ୍ଷମତା ଠାରୁ ଚାରିଗୁଣା ଅଧିକା ଶ୍ରମିକ ନେଇ  ଯାତ୍ରା କରୁଥିଲା । ଅଭିଯୋଗ ପାଇ ମାଲକାନଗିରି ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଇନସ୍ପେକ୍ଟର ଦୀପକ କୁମାର ସାହୁ, ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଅଟକାଇ ଥିଲେ । ଯାଞ୍ଚ ବେଳେ ବସ୍‌ରେ କ୍ଷମତା ଠାରୁ ଅଧିକ ଦାଦନ ଶ୍ରମିକ ଯାତ୍ରା କରୁଥିଲେ । ଏଥିରେ  ୪ ଜଣ ଅନ୍ଯ ଯାତ୍ରୀଙ୍କୁ ମିଶାଇ ମୋଟ ୧୧୬ ଜଣ ଯାତ୍ରା କରୁଥିଲେ ।ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ମାଙ୍ଗିପାଲ୍ଲୀ ଅଞ୍ଚଳରେ ଏକ ଇଟାଭାଟି କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସେମାନେ ଏକ ବସ୍ ଯୋଗେ ନିଜ ଘର ବଲାଙ୍ଗୀର ଓ ନବରଙ୍ଗପୁରକୁ ଫେରୁଥିଲେ । ବସ୍‌ଟି କଣ୍ଟାବାଞ୍ଜି ଯାଉଥିବା ବେଳେ ମାଲକାନଗିରି ଆଞ୍ଚଳିକ ପରିବହନ ବିଭାଗ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲେ । ତେବେ ଉକ୍ତ ବସ୍‌ରୁ ୧୧୬ଜଣ ଶ୍ରମିକ ଉଦ୍ଧାର ହୋଇ ଥିଲା। ଶ୍ରମ ବିଭାଗ ସେମାନଙ୍କୁ ଜଳଖିଆ ଖୁଆଇ ଅନ୍ୟ ଏକ ବସରେ ଘରକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଦାଦନ ଶ୍ରମିକଙ୍କ ପରିଚୟ ଓ ଠିକଣା ସଂଗ୍ରହ କରାଯାଇ ଥିବା ବେଳେ ବଲାଙ୍ଗୀରର ଦାଦନ ଚାଲାଣ ଦଲାଲଙ୍କୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିବା ଜଣା ପଡିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ସୋମବାର ଦିନ ବାଲାଜୀ ଟ୍ରାଭେଲ୍ସର ଆଉ ଏକ ଘରୋଇ ବସ୍ ଅତ୍ୟଧିକ ଯାତ୍ରୀଙ୍କୁ ନେଇ କଣ୍ଟାବାଞ୍ଜି ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୩୫ଜଣ ଶ୍ରମିକ ଆହତ ହୋଇଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like