-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
29-May-2025
ତୁରେକେଲା (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ୍ ପଂଚାୟତ କରଲାବାହେଲି ଗାଁର ଝାଙ୍କର ପଡ଼ାରେ ବିସୁଧ ପାନୀୟ ଜଳର ପାଇଁ ଡହଳବିକଳ ଜନ ସାଧାରଣ। ପ୍ରାୟ ୩୦୦ରୁ ଉର୍ଦ୍ଧ ଲୋକ ସଂଖ୍ୟା ବିଶିଷ୍ଟ ଏହି ପଡ଼ାରେ ଦିର୍ଘ ଦିନରୁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗାଁ ରେ ଏକ ସୋଲାର ଚାଳିତ ପମ୍ପ ଅଛି କିନ୍ତୁ ଦୀର୍ଘ ଦିନ ହେବ ଅଚଳ ହୋଇ ଯାଇଛି ଯାହା ଫଳରେ ଗାଁ ର ମହିଳା ମାନେ ପାଣି ଆଣିବା ପାଇଁ କୁଆଁ ପୋଖରୀ ଯିବାକୁ ପଡୁଛି, ସ୍ଥାନୀୟ ପ୍ରଶାସନକୁ କହିଲେ ସୁଦ୍ଧା କୋଣସି ସୁଫଳ ମିଳୁ ନ ଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି, ତେବେ ଏହି ଗାଁ କୁ ତୁରନ୍ତ ପିଇବା ପାଣି ସମସ୍ୟା ସମାଧାନ କରିବା ସହିତ ସେହି ସାହି ରେ ମେଗା ପ୍ରୋଜେକ୍ଟ ପାନୀୟ ଜଳ ଯୋଜନାରେ ସାମିଲ କରାଇବାକୁ ମଧ୍ୟ ଦାବୀ ହେଉଛି। ଏ ବିଷୟରେ ତୁରେକେଲା ବିଡ଼ିଓ ଙ୍କୁ ପଚାରିବାରୂ ସେ ଶୀଘ୍ର ପିଇବା ପାଣି ସମସ୍ୟା ଦୂର କରାଯିବ ବୋଲି କହିଛନ୍ତ।