-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-May-2025
ବରଗଡ଼: (ନିରଞ୍ଜନ ତ୍ରିପାଠୀ)- ବରଗଡ ଜିଲ୍ଲା ହଳଦୀପାଲି ଗ୍ରାମର ଜଣାଶୁଣା ସାହିତ୍ୟିକ ବୃନ୍ଦାବନ ସାହୁଙ୍କ ବିୟୋଗରେ ପରବାସୀ କୁଟୁମ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି କପିଳେଶ୍ୱର ଖମାରି,ସମ୍ପାଦକ ସଚ୍ଚିଦାନନ୍ଦ ପଧାନ, ବରିଷ୍ଠ ସଦସ୍ୟସୁଶାନ୍ତ କୁମାର ମିଶ୍ର, ଲଷ୍ମୀନାରାୟଣ ପାଣିଗ୍ରାହୀ,
ଅଶୋକ କୁମାର ପୁଜାହାରୀ, ଉମାକାନ୍ତ ଭୋଇ, ଯୁବରାଜ କୁଦେଇ, ଦେବାଶିଷ ମେହେର, ମନିଷ ମହାପାତ୍ର, ଗଣେଶ ମେହେର , ଯୁବରାଜ କୁଦେଇ, ମାନିନୀ ମେହେର, ଲୋକେଶ ସାହୁ, ହେମନ୍ତ କୁମାର ଦୀପ, ସହଦେବ ମେହେର, ଯୋଗେଶ୍ୱର ଭୋଇ ପ୍ରମୁଖ ଯୋଗଦାନ କରି ଦିବଂଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଜଣେ କାର୍ଟୁନିଷ୍ଟ , ବ୍ୟଙ୍ଗ ସାହିତ୍ୟିକ ଭାବରେ ତାଙ୍କ ଖ୍ୟାତି ରହିଥିଲା । ୫ହଜାରରୁ ଅଧିକ ଏକପଦୀ କବିତା ସୃଜନ କରିଛନ୍ତି ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି ସ୍ମୃତି ଚାରଣ ଅବସରରେ ମତ ପ୍ରକାଶ ପାଇଥିଲା । ତାଙ୍କର କିଛି ଏକ ପଦୀ କବିତାକୁ ନେଇ ଦ୍ୱାଦଶାହ ଅବସରରେ ଏକ ପୁସ୍ତକ ପ୍ରକାଶ କରାଯିବ ଏବଂ ପ୍ରତିବର୍ଷ ନୂଆଁଖାଇ ଅବସରରେ ବୃନ୍ଦାବନ ସ୍ମୃତି ସମ୍ମାନ ଆରମ୍ଭ କରାଯିବ ବୋଲି ପରବାସୀ କୁଟୁମ୍ ପକ୍ଷରୁ ସୂଚନା ମିଳିଛି