-+91-9937148622 |

prerana_bgr@rediffmail.com |

  Tuesday 23rd June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||      ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   (22-Jun-2026)       ||      *ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   (22-Jun-2026)       ||      ବିଞ୍ଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (22-Jun-2026)       ||      ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅନିୟମିତତା : ଜୀବିତ ମହିଳା ଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ   (22-Jun-2026)       ||      ସିନାପାଲି ସହର ବର୍ଷାରେ ଜଳମଗ୍ନ: ପ୍ରଶାସନ ଓ PWD ବିଭାଗର ଅବହେଳା ନେଇ ଜନଅସନ୍ତୋଷ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା କଲ୍ୟାଣମଣ୍ଡପ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (22-Jun-2026)       ||      ପିଏମଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ଯୋଗ ଶିବିର    (22-Jun-2026)       ||      ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଦେହାନ୍ତ ♦️ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିଲେ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (22-Jun-2026)       ||      *ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (22-Jun-2026)       ||      .*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   (22-Jun-2026)       ||      ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   (22-Jun-2026)       ||      ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   (22-Jun-2026)       ||      *ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   (21-Jun-2026)       ||      ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   (21-Jun-2026)       ||      ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||     

HOME   ଜିଲ୍ଲା

ଦିବ୍ୟାଙ୍ଗ ଶିକ୍ଷକ ଅଭ୍ୟାସଗତ ଠକ ଦ୍ବାରା ମହିଳା ଏସ୍ ଏଚ୍ ଜିଙ୍କ ଠାରୁ କୋଟି କୋଟି ଠକେଇ ! ଉପରଠାଉରିଆ ତଦନ୍ତ କରି ପୁଲିସ୍ କରୁଛି ହାତଚିକ୍କଣ ?

27-May-2025



ଆଇନର ଜାଲ ବୁଣି ଅଭିଯୁକ୍ତ ଖଲାସ୍  ! 

ବଲାଙ୍ଗୀର(ମଳୟ ମିଶ୍ରଙ୍କ  ରିପୋର୍ଟ): ସରକାରଙ୍କ ଭିନ୍ନକ୍ଷମ କୋଟାରେ ଚାକିରୀ କରୁଥିବା ପ୍ରାଥମିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଶିକ୍ଷକ ଗ୍ରାମାଞ୍ଚଳ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାର ପ୍ରଲୋଭନ ଦେଇ ବ୍ୟାଙ୍କ ଋଣ କରାଇଦେଇ ଅଭିନବ ଉପାୟ ରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ପ୍ରକାଶ ପାଇଛି ।  ତେବେ କ୍ଷୋଭର ବିଷୟ ଏହା ଯେ, ଥାନାରେ ଅଭିଯୋଗ କରାଯାଇଥିବା ସତ୍ତ୍ଵେ ପୁଲିସ ଅଭିଯୋଗକାରିଣୀଙ୍କୁ ଭୁଆଁ ବୁଲାଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ସହିତ ଅଭିଯୁକ୍ତ କୋର୍ଟରେ ଆଇନର ଜାଲ ବୁଣି ଖସି ଯିବାରେ ସମର୍ଥ  ହେଉଥିବାର ଅଭିଯୋଗ କରାଯାଇଛି । 

ଅଭିଯୋଗରୁ ପ୍ରକାଶ ଯେ, ଖପ୍ରାଖୋଲ ଥାନାନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ମୂଳନିବାସୀ ପାଟଣାଗଡରେ ରହୁଥିବା ବେହେରାବନ୍ଧ ପ୍ରାଥମିକ ବିଦ୍ୟାଳୟର ଜଣେ ଦିବ୍ୟାଙ୍ଗ ଶିକ୍ଷକ ଦୀପକ କୁମାର ଭୋଇ ଏକ ତଥାକଥିତ ' ଏଲୋରା ଅଗରବତୀ ଉଦ୍ୟୋଗ ' ନାଁ'ରେ ଗତବର୍ଷ କିଛିମାସ ତଳେ ସଦର ଥାନାନ୍ତର୍ଗତ କୁଜଙ୍ଗ ଗ୍ରାମର ପ୍ରଦ୍ୟୁମ୍ନ  ସାହୁ ନାମକ ଯୁବକଙ୍କ ଜରିଆରେ ପୁଇଁତଳା ଥାନାନ୍ତର୍ଗତ ବୁଢୀସିଣ୍ଢୋଲ, ଦୁର୍ଗାପାଲି , ବାଦୀବାହାଲ ଓ  ସଦରଥାନାନ୍ତର୍ଗତ ମାଧିଆପାଲି ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୧୮ ଜଣ ମହିଳାଙ୍କୁ ଅଟୋମେଟିକ ପ୍ରେସ୍ ଖଲି ମେସିନ୍ ଦେବାକୁ ୧୪ ଲକ୍ଷ ଟଙ୍କା ଠକି ନେଇଛି । 

ଏ ସମ୍ପର୍କରେ ପୁଇଁତଳା ଥାନାରେ ଅଭିଯୋଗ ସତ୍ତ୍ବେ ପୁଲିସ  ନ ଶୁଣିବା ସହିତ ସେମାନେ ଅଭିଯୁକ୍ତଙ୍କୁ ଧରି ଆଣି ପୁଲିସକୁ ଜିମା ଦେଇଥିଲେ । ଅଭିଯୁକ୍ତ ନିଜେ ଟଙ୍କା ଠକିଥିବା ଥାନାରେ ସ୍ବୀକାର କରିଥିବା ବେଳେ ତଦନ୍ତ କରିଥିବା ଅଧିକାରୀ ମନୋଜ ପ୍ରଧାନ ଏକ ଅଣ୍ଡରଟେକିଂ ଲେଖାଇ ଛାଡି ଦେଇଥିବାରୁ ସେମାନଙ୍କ ପକ୍ଷରୁ ଗତ ୧୮ । ମାର୍ଚ୍ଚ । ୨୦୨୫ ତାରିଖରେ ଏସ୍ ପି ଅଭିଳାଷ ଜି ଙ୍କ ପାଖରେ ଅଭିଯୋଗ କରାଯାଇଥିବା ପ୍ରକାଶ  । ତେବେ ଏହି ଟଙ୍କା ସେମାନେ ଅଭିଯୁକ୍ତ ଦୀପକ ଭୋଇକୁ ପାଟଣାଗଡ ଯାଇ ଏଗ୍ରିମେଣ୍ଟ୍ ଲେଖି ଦେଇଥିବାରୁ ଏସ୍ ପି ସେମାନଙ୍କୁ ପାଟଣାଗଡ ଥାନାକୁ ଯାଇ ଏତଲା ଦେବାକୁ ପଠାଇ ଦେଇଥିଲେ । ଏଣୁ ଉକ୍ତ ମହିଳାମାନେ ପାଟଣାଗଡ ଥାନାକୁ ଯାଇ ଏକ ଲିଖିତ ଏତଲା ଦେଇଥିଲେ । ଏ ସମ୍ପର୍କରେ ପାଟଣାଗଡ ଥାନାରେ ଅଭିଯୁକ୍ତ ଦୀପକ କୁମାର  ଭୋଇ ଓ ପ୍ରଦ୍ୟୁମ୍ନ ସାହୁ ବିରୋଧରେ କେସ୍ ନ୦ ୮୧ / ୨୦୨୫ ରେ ଭାରତୀୟ ନ୍ୟାୟ ସଂହିତା ୟୁ / ଏସ୍ - ୪୮୨ ରେ ଏକ ମାମଲା ଋଜୁ କରାଯାଇଛି ଓ ଏହାର ତଦନ୍ତ ଦାୟିତ୍ବ ବିଶ୍ବରଞ୍ଜନ ମହାନ୍ତି କରୁଛନ୍ତି  ଏହା ଆଇ ଆଇ ସି ହରିବନ୍ଧୁ ଗଡତ୍ୟା ତଥା ଏସ୍ ଡି ପି ଓ ସଦାନନ୍ଦ ପୂଜାରୀଙ୍କ ତତ୍ତ୍ବାବଧାନରେ ଚାଲିଥିବା ଉକ୍ତ ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ  । ତେବେ ଅଭିଯୁକ୍ତମାନେ କିଛିଦିନ ଫେରାର୍ ରହିବା ପରେ ଏବେ ସେମାନଙ୍କ ଉଚ୍ଚ ନ୍ୟାୟାଳୟରେ ଆଣ୍ଟିସିପେଟରୀ ଜାମିନ୍ ଆଦେଶ ବଳରେ ଗିରଫ ହୋଇ ନ ଥିବା ପୁଲିସ ସୂତ୍ରରୁ ପ୍ରକାଶ  । 

ଉଲ୍ଲେଖଯୋଗ୍ଯ ଯେ , ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁ ହାଇକୋର୍ଟକୁ ଭୁଲ୍ ତଥ୍ଯ ଦେଇ ସେ  ଏଥିରେ ଜଡିତ ନଥିବା ଓ ତାଙ୍କୁ ଅଯଥାରେ ଏହି ମାମଲାରେ ଫସାଇ ଦିଆଯାଇଛି ବୋଲି ଏକ ମିଥ୍ୟା ଆବେଦନ କରିବାରୁ ମାନ୍ୟବର ଅଦାଲତ ଅଭିଯୋଗକାରିଣୀଙ୍କୁ ଏକ କୈଫିୟତ୍ ନୋଟିସ୍ ତଲବ କରିଥିଲେ  ଓ ଅଭିଯୋଗକାରିଣୀ କଟକ ଯାଇ ଗତ ମଇ ୧୩ ତାରିଖରେ ଓକିଲଙ୍କ ଜରିଆରେ ହାଜିରା ଦେଇଥିବା ରୀନା ମହାକୁର ଓ ଜିତେନ୍ଦ୍ର ପାଣ୍ଡେ ଏ ସମ୍ପର୍କିତ ଡକୁମେଣ୍ଟ ଦେଖାଇ ପ୍ରକାଶ କରିଛନ୍ତି । ଏଣୁ ଏହି ଠକେଇର ଶିକାର ହୋଇଥିବା ମହିଳାମାନେ ଦୂରବର୍ତ୍ତୀ ସେମାନଙ୍କ ଗାଁ'ରୁ ପୁଇଁତଳା ଥାନାକୁ , ବଲାଙ୍ଗୀର ଏସ୍ ପି ଅଫିସ୍ କୁ , ପାଟଣାଗଡ ଥାନା ଓ ଏସ୍ ଡିପିଓଙ୍କ ପାଖକୁ ଏବଂ ଶେଷରେ କଟକ ହାଇକୋର୍ଟକୁ ଏହି ପ୍ରଚଣ୍ଡ ଗ୍ରୀଷ୍ମକାଳରେ ଘରେ ଛୁଆପିଲା ଛାଡି ଖର୍ଚ୍ଚାନ୍ତ ହୋଇ ବହୁବାର ଧାଇଁ ଧାଇଁ ନିରାଶ ହୋଇ ପଡିଥିବା ପ୍ରକାଶ କରିଛନ୍ତି ।  ଏପରିକି ପୂର୍ବରୁ ଥରେ ମହିଳାମାନେ ସେମାନଙ୍କୁ ଗାଁ'ର  ମିଶନଶକ୍ତିର ସିଆରପି ଜରିଆରେ ପ୍ରଥମେ ଯୋଗାଯୋଗ କରି ପ୍ରବର୍ତ୍ତାଇ ଟଙ୍କା ସଂଗ୍ରହର ଅନ୍ୟତମ ଅଭିଯୁକ୍ତ ପ୍ରଦ୍ୟୁମ୍ନ ସାହୁର ଗାଁ' କୁଜଙ୍ଗରୁ ଯାଇ ଘରେ ପହଞ୍ଚିବାରୁ ତାଙ୍କ ବାପା ସ୍ଥାନୀୟ ସଦର ଥାନାକୁ ଖବର ଦେଇ ପୁଲିସ୍ ଲଗାଇ ଘଉଡାଇ ଦେଇଥିବା ଅଭିଯୋଗକାରିଣୀଙ୍କ ସୂତ୍ରରୁ ପ୍ରକାଶ  । ଏଣୁ ଉପରୋକ୍ତ ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ ବିଭିନ୍ନ ଥାନା ଓ ପୁଲିସର କାର୍ଯ୍ୟକଳାପ କିପରି , ଲକ୍ଷଣୀୟ  !  ଏହାପଛର କାରଣ କ'ଣ ହେଇପାରେ ?

ଉପରୋକ୍ତ ବୁଢୀସିଣ୍ଢୋଲର ଜୟ ମା ଅମ୍ବିକା ଏସ୍ ଏଚ୍ ଜି , ମା' ସନ୍ତୋଷୀ ଏସ୍ ଏଚ୍ ଜି ଓ ଅନ୍ଯାନ୍ଯ ଏସ୍ ଏଚ  ଜି ଗ୍ରୁପ୍ ତଥା ଲୋକଙ୍କ ଆକାଉଣ୍ଟରୁ ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇରେ ବଲାଙ୍ଗୀରର ଦେନା ବ୍ୟାଙ୍କ ଶାଖା , ଏଲ୍ ଏମ୍ ଟି ବ୍ୟାଙ୍କ ଶାଖା  ଓ ଅନ୍ଯାନ୍ଯ ବ୍ୟାଙ୍କ୍ ରେ କାରବାର କରିଥିବା ଜଣାଯାଏ ।  ପ୍ରଦ୍ୟୁମ୍ନ ସାହୁ ବ୍ୟାଙ୍କ ଋଣ ପରେ ଏଟିଏମ୍ ମାଗିନେଇ ସବୁ ଟଙ୍କା ଉଠାଇ ନେଇଛି ।  ଏହା ବ୍ୟତୀତ ଏମାନେ ଉକ୍ତ ମହିଳାଙ୍କ ଠାରୁ ଆହୁରି ଲକ୍ଷାଧିକ ଟଙ୍କା ମଧ୍ଯ  ଠକି ନେଇଥିବା ପ୍ରକାଶ  । ଏହି ଠକେଇରେ କେତେକ ଅଧିକାରୀ , ଶିକ୍ଷା ଅଧିକାରୀମାନେ ଏହି ଠକଙ୍କୁ ସାହାଯ୍ଯ, ଆଇନଗତ ସହାୟତା ଯୋଗାଇ ଦେଉଥିବା କେତେକ ଓକିଲ , ସାମ୍ବାଦିକ ଓ ଅଧିକାରୀଙ୍କୁ ମଧ୍ଯ  ଏହି ମାମଲାର ପରିସରଭୁକ୍ତ କରାଯିବାକୁ ଦାବି କରାଯାଏ  । ସେମାନଙ୍କର ଟଙ୍କା କେମିତି ଫେରିପାଇବେ , ଏ ସମ୍ପର୍କରେ ଉକ୍ତ ଠକେଇର ଶିକାର ହୋଇଥିବା ପୀଡ଼ିତାମାନେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି , ମହିଳା ବିକାଶ ବିଭାଗର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ତାଙ୍କ ପାଟଣାଗଡ ନିର୍ବାଚନ ମଣ୍ଡଳୀର ଏଭଳି ଠକ ବିରୋଧରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ସରକାରଙ୍କୁ ନିବେଦନ କରିଛନ୍ତି ।

ତେବେ କେବଳ ଏହି ଗୋଟିଏ ଠକେଇ ଘଟଣା ବା ମାମଲା ନୁହେଁ , ଦୀର୍ଘ ବର୍ଷ ଧରି ଉକ୍ତ  ଅଭିଯୁକ୍ତ ଦିବ୍ଯାଙ୍ଗ ଠକ ଦୀପକ ଭୋଇ ଓ ପ୍ରଦ୍ୟୁମ୍ନ ସାହୁ ବା ତା'ର  ଠକ ଗ୍ୟାଙ୍ଗ ଜିଲ୍ଲାର କୁସଙ୍ଗ , ବାଲିପଟା ,ପାଟଣାଗଡ,  କୁକୁରମୁଣ୍ଡା ଓ ଅନ୍ଯାନ୍ଯ ବିଭିନ୍ନ ସ୍ଥାନରେ ଏହିପରି କୋଟି କୋଟି ଟଙ୍କାର ଠକେଇରେ ଜଡିତ ରହିଥିବାର କୁହାଯାଏ  । ଗତ ପ୍ରାୟ ୯ ମାସ ହେଲା ସେ ଚାକିରୀ କରୁଥିବା ପାଟଣାଗଡ ବ୍ଲକର ବେହେରାବନ୍ଧ ସ୍କୁଲରୁ ଛୁଟି ବଢାଇ ଫେରାର୍ ରହିବା ପରେ ଏବେ ଫେରି ତା'ର ହେଣ୍ଡିକେପ୍ ଟ୍ରାଇ ବାଇକ୍ ରେ ପାଟଣାଗଡରେ ଦେଖାଯାଇଥିବା ଜଣାଯାଇଛି । ସେହିପରି ପ୍ରଦ୍ୟୁମ୍ନ ସାହୁ ବଲାଙ୍ଗୀର ସହରର ପାଲେସ୍ ଲାଇନ୍ ରେ ଏକ ତିନିମହଲା କୋଠାରେ ଭଡାରେ ରହୁଥିବାର ଜଣାଯାଇଛି । ଦୀପକ ତା'ର ପତ୍ନୀ ସଂଯୁକ୍ତା ଭୋଇଙ୍କ ଆକାଉଣ୍ଟରେ ଟଙ୍କାପଇସା ଟ୍ରାନ୍ସଫର୍ କରୁଥିବା ଜଣାଯାଇଛି । ଏହି ଅଭ୍ୟାସଗତ ଠକମାନେ ମୁଖ୍ଯତଃ ଗ୍ରାମାଞ୍ଚଳ ଲୋକଙ୍କୁ ବିଭିନ୍ନ ଚିଟ୍ ଫଣ୍ଡ , ଋଣ ଓ ଅନ୍ଯାନ୍ଯ ସହାୟତା ଦେବାର ପ୍ରଲୋଭନ ଦେଖାଇ ଅଭିନବ ଉପାୟରେ କେତେକ ବ୍ୟାଙ୍କ କର୍ମଚାରୀଙ୍କୁ ହାତକରି କୋଟି କୋଟି ଟଙ୍କା ଠକି ନେଇ ପୁଲିସକୁ ପ୍ରଚୁର ଲାଞ୍ଚ ଦେଇ ଓ ତାଙ୍କ  ସମ୍ପର୍କୀୟ ଆଇନଜିବୀଙ୍କ ସହାୟତାରେ ଆଇନର ଜାଲ ବୁଣି ବାରମ୍ବାର ଖସି ଯାଉଥିବାରୁ ସରକାର ତାକୁ ଧରି ଦୃଢ ଦଣ୍ଡବିଧାନ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।  ଏହି ଠକେଇର ପ୍ରକୃତ ତଦନ୍ତ ନ କରି ଠକକୁ ବାରମ୍ବାର ଉତ୍କୋଚ ଖାଇ ଛାଡି ଦେଉଥିବା ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ବିରୋଧରେ ମଧ୍ଯ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ନତୁବା କିଏ ଜାଣେ ବାରମ୍ବାର ଠକେଇର ଶିକାର ହେଉଥିବା କୌଣସି ପୀଡିତଙ୍କ ଦ୍ବାରା ଏଭଳି ଧୂର୍ତ୍ତ ଠକ ର ଚରମ ପରିଣତି କ'ଣ ଘଟିବ , ଚିନ୍ତାଜନକ ! ପରବର୍ତ୍ତୀ ସମୟରେ ଏହି ଠକର ଠକେଇର ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ  । 

ଶେଷତମ ଖବର  ଅନୁଯାୟୀ, ଗତ ୨୫ ତାରିଖ ରାତିରେ ପ୍ରଦ୍ୟୁମ୍ନ ସାହୁର ଗାଁ' କୁସଙ୍ଗରୁ କିଛିଲୋକ ଅଭିଯୋଗକାରୀ ଜିତେନ୍ଦ୍ର ପାଣ୍ଡେଙ୍କୁ ଫୋନ୍ ରେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଓ ଆଜି ସେ ସମ୍ପର୍କରେ ଉକ୍ତ ଧମକର ଅଡିଓ ରେକର୍ଡ ଓ ଫୋନ୍ ନମ୍ବର ସହିତ ବଲାଙ୍ଗୀର ଏସ୍ ପିଙ୍କୁ ଅଭିଯୋଗ କରାଯିବ ବୋଲି ପୀଡିତ ଗୋଷ୍ଠୀ ପକ୍ଷରୁ  ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   22-Jun-2026
  ଜିଲ୍ଲା  
ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   22-Jun-2026
  ଜିଲ୍ଲା  
*ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   22-Jun-2026
  ଜିଲ୍ଲା  
ବିଞ୍ଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   22-Jun-2026
  ଜିଲ୍ଲା  
ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅନିୟମିତତା : ଜୀବିତ ମହିଳା ଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ   22-Jun-2026
  ଜିଲ୍ଲା  
ସିନାପାଲି ସହର ବର୍ଷାରେ ଜଳମଗ୍ନ: ପ୍ରଶାସନ ଓ PWD ବିଭାଗର ଅବହେଳା ନେଇ ଜନଅସନ୍ତୋଷ   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା କଲ୍ୟାଣମଣ୍ଡପ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ପିଏମଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ଯୋଗ ଶିବିର   22-Jun-2026
  ରାଜ୍ୟ  
ସାମ୍ବାଦିକ ଅଶୋକ ନାରାୟଣ ଭୋଇ ଙ୍କ ଦେହାନ୍ତ ♦️ଦୀର୍ଘ ୧୭ ବର୍ଷ ଧରି ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ରେ କାର୍ଯ୍ୟ କରୁଥିଲେ   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   22-Jun-2026

You Might Also Like