-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
20-May-2025
ରେଢ଼ାଖୋଲ ( ଅନିଲ ପୃଷ୍ଟି ) ପାରିବାରିକ କଳହରୁ ଜନ୍ମ କଲା ମାଆ ଅନ୍ୟ ପୁଅ, ଝିଅ ସହ ମିଶି ବଡ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତ ମାଆ ସହିତ ଦୁଇ ଭଉଣି ଓ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମୃତ ବାଦଲ ପ୍ରଧାନଙ୍କ ମାଆ ଚମ୍ପା ପ୍ରଧାନ , ଭଉଣି ରଜନୀ ପ୍ରଧାନ , ଗଙ୍ଗା ବୁରମାନ ଓରଫ ଗୁଡିଆ ଓ ଭାଇ କାହ୍ନା ପ୍ରଧାନ । ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ରାତିରେ ମୃତ ବାଦଳ ପ୍ରଧାନ ମା ଚମ୍ପା ପ୍ରଧାନ କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା । ମା ମନାକରିବାରୁ ବାଦଳ ପ୍ରଧାନ ମା ସହ ଦୁଇ ଭଉଣୀକୁ ଗାଲିଗୁଲଜ କରିଥିଲା । ପୂର୍ବରୁ ମଧ୍ୟ ବାଦଲ ମଦ ପିଇ ପରିବାର ଲୋକଙ୍କୁ ଗାଲିଗୁଜ କରିବା ସହ ମାରପିଟ୍ କରୁଥିଲା । ଏନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗିରହିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଦଲ ପ୍ରଧାନଙ୍କ ମା ସମେତ ଦୁଇ ଭଉଣି ଓ ଭାଇ ବାଦଳକୁ ଏକ ଶାଢିରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏବଂ ହତ୍ୟାକୁ ଲୁଚାଇବା ପାଇଁ ଘର ପଛ ପଟରେ ୪ ଫୁଟର ଗାତ ଖୋଲି ଶବକୁ ମାଟିରେ ପୋତି ଦେଇଥିଲେ । କୋୖଣସି ସୂତ୍ରରୁ ଖବର ପାଇ ପୋଲିସ ମାଟି ଖୋଲି ଶବ ଜବତ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ନିଜ ପରିବାର ଲୋକେ ବାଦଳକୁ ହତ୍ୟା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ଏବଂ ଅଭିଯୁକ୍ତ ମା , ଦୁଇ ଭଉଣି ଓ ଭାଇକୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।