-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
19-May-2025
ବଲାଙ୍ଗିର(ପ୍ରେରଣା ଖବର): ଆଜି ସ୍ଥାନୀୟ ଯୁଧିଷ୍ଟିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ କଲେଜର ଏସୋସିଏଟ୍ ପ୍ରଫେସର ଚଣ୍ଡି ପ୍ରସାଦ ଖମାରୀ ଓ ସାର୍ଥକ ରଥଙ୍କ ଲିଖିତ ଆଇନ ସଂପର୍କିତ ପୁସ୍ତକ ‘‘କ୍ୱେଶ୍ଚିିନ୍ ବ୍ୟାଙ୍କ ଅନ୍ କ୍ରମିନାଲ ଲ’ ଉନ୍ମୋଚିତ ହୋଇଯାଇଛି । ଆଜି କଲେଜର କନଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଡ.ପବିତ୍ର ମୋହନ ସାମଲ ଯୋଗଦେଇ
ଏହି ପୁସ୍ତଳକୁ ଉନ୍ମୋଚନ କରିବା ସହ ଏହି ପୁସ୍ତକ ଆଇନ ଛାତ୍ରଛାତ୍ରୀ ଓ ଆଇନ ସଂପର୍କିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶିକ୍ଷାର୍ଥୀ ମାନଙ୍କ ପାଇଁ ଏକ ଫଳପ୍ରଦ ପୁସ୍ତକ ହେବ ବୋଲି କହିଥିଲେ । କଲେଜର ଅଧ୍ୟକ୍ଷ ସଂଜୀବ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁସ୍ତକ ଅନାବରଣ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଫେମିଲି କୋର୍ଟର ବିଚାରପତି
ବିକ୍ରମ କେଶରୀ ପଟ୍ଟନାୟକ ଓ କଲେଜର ଗଭର୍ଣ୍ଣିଙ୍ଗ ବଡିର ସଭାପତି ଅମରେନ୍ଦ୍ର ମିଶ୍ର ଯୋଗ ଦେଇ ପୁସ୍ତକର ସ୍ରଷ୍ଟା ଦୁଇ ଲେଖକଙ୍କ ମହତ ଉଦ୍ୟମକୁ ପ୍ରଶାଂସା କରିଥିଲେ। ପୁସ୍ତକର ଲେଖକ ପ୍ରଫେସର ଚଣ୍ଡି ପ୍ରସାଦ ଖମାରୀ ଓ ସାର୍ଥକ ରଥ ପୁସ୍ତକ ସଂପର୍କରେ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ । ଶେଷରେ କଲେଜର ଅଧ୍ୟାପକ ମଣିନ୍ଦ୍ର ହଂସପାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଲ କଲେଜର ବର୍ତମାନର ଛାତ୍ରଛାତ୍ରୀ, ପୂରାତନ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।