-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
13-May-2025
ତୁଷୁରା (ପଞ୍ଚାନନ ନାଏକ): ଛୋଟ ସହର ତୁଷୁରା ରେ ନେତା ଙ୍କ କଳି ବେଶୀ। ଏଥି ସାମ୍ନା ରେ ମୁଁହ ବନ୍ଦ କରି ଭିତରେ ଭିତରେ ଚାଲେ ନେତା ଙ୍କ କଳି। ଉନ୍ନତି ମୂଳକ କାମ ରେ ଲାଗେ ବ୍ରେକ ଯାହା ଫଳରେ ତୁଷୁରା ର ବିକାଶ ହୋଇଥାଏ ବାଟ ବଣା। ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦେବାକୁ ଗତ ୧୦ ବର୍ଷ ରୁ ଅଧିକ ହେଲା ଦାବୀ ହେଉଛି ଏହି ଦାବି କୁ ପୂର୍ବ ସରକାର ହେଇକି ନୂଆ ସରକାର ଅଣ ଦେଖା କରୁଛନ୍ତି। କିନ୍ତୁ ଏବେ ଶାସକ ଦଳ ର ଗୋଟିଏ ଦଳ ଅଧାପନ୍ତରିଆ ହୋଇ ପଡିଥିବା ଷ୍ଟଲ୍ କୁ ଭାଙ୍ଗି ଵା ପାଇ ଦାବୀ କରି ଦିନ ଦୁଇ ପହର ରେ ବିଧାୟକ ଙ୍କୁ ଡ଼ାକ୍ତର ଖାନା ପରିଦର୍ଶନ କରାଇବା ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଆଉ ଗୋଟିଏ ଦଳ ଷ୍ଟଲ୍ ନ ଭଙ୍ଗୀ କାମ କମ୍ପିଲ୍ଟ କରି ସରକାରୀ ନିୟମ ଅନୁଯାୟୀ ଦୋକାନ ଘର କୁ ଲୋକଙ୍କୁ ବାଣ୍ଟିବା ପାଇ ଉପ ମୁଖ୍ୟ ମନ୍ତ୍ରୀ ଙ୍କ ନିକଟରେ ଦାବି କରିଥିବା ଜଣାପଡିଛି। ତେବେ ଏହାକୁ ନେଇ ତୁଷୁରା ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଲାଗି ରହିଛି। ଗତ ୨୦୨୫ ମସିହା ଫେ ବୃ ୟାରୀ ମାସ ୩ ତାରିଖ ରେ ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ନମ୍ବର ୩ କୁ କମିଟି ର ସଭାପତି ପରିଚାଳନା କରିଥିଲେ। ଏଥିରେ ତତ୍କାଳୀନ ମନ୍ତ୍ରୀ ଟୁକୁନି ସାହୁ , ବିଡ଼ିଓ ଗୁଡ଼ ଭେଳା, ତୁଷୁରା ଏନ୍ e ସି ଅଧକ୍ଷ ଅଜୟ jaswala ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ରୋଗୀ କଲ୍ୟାଣ ସମିତି ର ସଦସ୍ୟ ମାନେ ଡାକ୍ତର ଖାନା ପରିସରରେ ଅବ୍ୟବହୃତ ଜମି ରେ ପବ୍ଲିକ ପାଣ୍ଠି ରେ ୧୪ଟି ଦୋକାନ ଗୃହ ନିର୍ମାଣ କରିବା ପାଇ ପ୍ରସ୍ତାବ ଦେଇଥିଲେ। ଏହା ସହ ଏକ ଅମଫେଡ ପାଳର, ପାଚେରୀ ନିର୍ମାଣ କରିବା ପାଇ ପ୍ରସ୍ତାବ ଆସିଥିଲା। ଏହି ପ୍ରସ୍ତାବ ଅନୁଯାୟୀ ଡାକ୍ତର ଖାନା କତୃପକ୍ଷ ଗତ ୨୦୨୪ ମାର୍ଚ୍ଚ ଶେଷ ଆଡେ଼ କାହା କାହାକୁ ଦୋକାନ ଗୃହ ଆବଶ୍ୟକ ବୋଲି ଏକ ନୋଟିସ ସହର ର ବିଭିନ୍ନ ସ୍ଥାନରେ ଛାପିଥିଲେ। ଏଥିରେ ଦୋକାନ ଗୃହ ପାଇ ଆବେଦନ କରିଥିବା ଲୋକ ଙ୍କୁ ଚିହ୍ନଟ କରି ତାଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯାଇ ଷ୍ଟଲ ନିର୍ମାଣ କାମ କରାଯାଉଅଛି। ଏହି ଦୋକାନ ଗୃହ ସହ ଏକ କୋଠା ନିର୍ମାଣ ପାଇ ଗତ ୨୦୨୪ ମହିହାରେ ମନ୍ତ୍ରୀ ଶ୍ରୀମତି ସାହୁ ଭିତ୍ତପ୍ରସ୍ତର ସ୍ଥାପନ କରି ନଡ଼ିଆ ଭାଙ୍ଗିଥିଲା। ଏଥିରେ ଗୁଡ଼ ଭେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତାନିଆ ଜୈନ, ତୁଷୁରା ନଗର ପାଲ ଅଜୟ ଜୱସ୍ଵାଲ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଦୋକାନ ଗୃହ ନିର୍ମାଣ କରିବା ପାଇ ତୁଷୁରା ଏନ୍ ଏ ସି ଟାଉନ ପ୍ଲାନିଂ ସହ ଏନ୍ ଓ ସି ୨୦୨୪ ଫେବୃଆରୀ ମାସରେ ଦେବା ପରେ ଦୋକାନ ଗୃହ ନିର୍ମାଣ କାମ ଆରମ୍ଭ ହୋଇଛି। ଏବେ କିଛି ଦୋକାନ ଘର କାମ ଛାତ ପଡ଼ିଥିବା ବେଳେ କିଛି ଅଧାପନ୍ତାରିଆ ହୋଇ ପଡ଼ିରହିଛି। ତେବେ ରୋଗୀ କଲ୍ୟାଣ ସମିତି ର ଏନେକ୍ସଚର୍ ୮ ରେ ସ୍ପଷ୍ଟ ଭାବରେ ଲେଖା ହୋଇଛି ହସ୍ପିଟାଲ ର ଉନ୍ନତୀ ପାଇଁ ବାଣିଜ୍ୟ ଭିତ୍ତିକ କାରବାର କରି ଅବ୍ୟବହୃତ ଜାଗା କୁ ବେସରକାରୀ ଅନୁଷ୍ଠାନ କୁ ଟ୍ରାନ୍ସପର ନ କରି ରୋଗୀ କଲ୍ୟାଣ ସମିତି ଜରୀଆରେ ଉଚ୍ଚ କମିଟି ପ୍ରସ୍ତାବ କୁ ପାସ କରିବା ପରେ ବାଣିଜ୍ୟକ ପ୍ରତିଷ୍ଠାନ କରି ସେଥିରୁ ମିଳିବାକୁ ଥିବା ଭଡ଼ା ଟଙ୍କାରୁ ରୋଗୀ ଉତ୍ତମ ସେବା ଓ ଡାକ୍ତର ଖାନା ର ଉନ୍ନତି ପାଇଁ ଟଙ୍କା ଖର୍ଚ୍ଚ କରାଯିବ ବୋଲି ସରକାରୀ ନିର୍ଦ୍ଦେଶ ରହିଛି। ସେହି ଅନୁସାରେ ସେହି ସମୟ ରେ ଥିବା ଡ଼ାକ୍ତର ଦୋକାନ ଘର ନିର୍ମାଣ କରି ହସ୍ପିଟାଲ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ କାରୀ ନିଜ ର ପାୱାର ଦେଖାଇ ନିର୍ମାଣ ଧିନ ଦୋକାନ ଗୃହ କୁ ବନ୍ଦ କରି ଏବେ ଭାଙ୍ଗିବା ପାଇ ଯୋଜନା କରିଛନ୍ତି। ଅନ୍ୟ ପକ୍ଷରେ ଏହି ଷ୍ଟଲ ଭଙ୍ଗା ପଛରେ ସାମ୍ୱାଦିକ ଙ୍କ ବାଲି ,ତେଲ ବେପାର ର ଲକ୍ଷ ଲକ୍ଷ ଟଙ୍କା ଉଧାରି ଅସୁଲୀ ସହ ଜଣେ ରାଜ ନେତା ପଞ୍ଚାୟତ ନିର୍ବାଚନ ସମୟରେ ଜଣେ ଡ଼ାକ୍ତର ଙ୍କ ଠାରୁ ନେଇଥିବା ଲକ୍ଷାଧିକ ଉଧାରୀ ଟଙ୍କା ନ ଫେରାଇବା ପାଇଁ ସରକାର ବଦଳିବା ପରେ ଏବେ ଯୋଜନା କରି ନିର୍ମାଣ ଧିନ ଦୋକାନ ଘର ଭାଙ୍ଗିବା ପାଇ ଯୋଜନା କରିଛନ୍ତି। ଯଦି ନେତା ଙ୍କ ହସ୍ପିଟାଲ ପ୍ରତି ହେତେ ଦରଦ ରହିଛି ତାହା ହେଲେ ଜେଉ ସମୟରେ ଦୋକାନ ଗୃହ ନିର୍ମାଣ କରିବା ପାଇ ନିଷ୍ପତ୍ତି ନେଇ ଟଙ୍କା ଅସୁଳୀ ହେଲା ସେହି ସମୟ ରେ ତାହାକୁ ବନ୍ଦ କରୀବା ପାଇ ଜିଲ୍ଲା ପାଲ ଙ୍କୁ କାହିଁକି ଆପତ୍ତି କଲେ ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ନିର୍ମାଣ ଧିନ ଅବସ୍ଥା ରେ ଥିବା ଦୋକାନ ଘର କୁ ନ ଭାଙ୍ଗି ଜନ କଲ୍ୟାଣ ପାଇ ବ୍ୟବହାର କରି ଗରିବ ଲୋକଙ୍କୁ ଦୋକାନ ବଣ୍ଟନ କରି ଆର୍ଥିକ ସ୍ଥିତି ମହଜୁତ ହେବା ଦିଗରେ ସହାୟକ କରିବାକୁ ସଧାରଣ ରେ ଦାବୀ ହେଉଛି।