-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ଅସ୍ତରଙ୍ଗ ସମ୍ବାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ: ୨ କବିଙ୍କ ପୁସ୍ତକ ଉନ୍ମୋଚନ

12-May-2025



ଅସ୍ତରଙ୍ଗ; :ଅସ୍ତରଙ୍ଗ ସ୍ଥିତ ମା' ଜାଗୁଳେଇ ପଡିଆରେ ଆଜି ସମ୍ବାଦ ସାହିତ୍ୟଘର,ଅସ୍ତରଙ୍ଗ ଶାଖାର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉପସଭାପତି ରବିନ୍ଦ୍ରନାଥ ମହାନ୍ତିଙ୍କ ପରୋହିତରେ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅରୁଣ କୁମାର ବିଶ୍ୱାଳ,ମୁଖ୍ୟ ବକ୍ତା ଭାବେ ମଙ୍ଗଳା ମହାବିଦ୍ୟାଳୟ କାକଟପୁରର ପୂର୍ବତ୍ତନ ଅଧ୍ୟକ୍ଷ ଡ଼ .ସନ୍ତୋଷ କୁମାର ମିତ୍ର ,ସମ୍ମାନିତ ଅତିଥି ଭାବେ ଅସ୍ତରଙ୍ଗ ମହାବିଦ୍ୟାଳୟର ପୂର୍ବତନ  ଅଧ୍ୟକ୍ଷ ଉପେନ୍ଦ୍ରନାଥ  ବିଶ୍ୱାଳ,ଡ଼. ସିଦ୍ଧାର୍ଥଶଙ୍କର ମହାନ୍ତି, ସାହିତ୍ୟଘର ଉପଦେଷ୍ଟା ଅମୀୟ କୁମାର ପଟ୍ଟନାୟକ ,ଦିବାକର ଛାଟୋଇ,ଅସ୍ତରଙ୍ଗ  ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଯ୍ୟୟ ମିଶ୍ର,ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି,ଶିଶୁ କବି ପର୍ଶୁରାମ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ | କାର୍ଯ୍ୟକ୍ରମ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅତିଥିବୃନ୍ଦ ମଞ୍ଚାସିନ ହୋଇଥିଲେ|ବିଶ୍ୱ ମାତୃ ଦିବସ ଅବସରେ ଦେଶାତ୍ମବୋଧକ ସଂଗୀତ ଗାନ ବେଳେ ସମସ୍ତେ ଭାରତ ମାତା ଓ ସମଗ୍ର ମାତୃ ଜାତିକୁ ସମ୍ମାନ ଜଣାଇଥିଲେ | ଏହି ଅବସରରେ ଅସ୍ତରଙ୍ଗ  ସମ୍ବାଦ ସାହିତ୍ୟ

ଘର ଆୟୋଜନରେ  ଶିଶୁ ସାହିତ୍ୟିକ ତଥା କବି ପର୍ଶୁରାମ ସ୍ୱାଇଁ ପୁସ୍ତକ ଓ ଅସ୍ତରଙ୍ଗ ବ୍ଲକ ମୁଣ୍ଡୀହତା ଗ୍ରାମର କବିବର ସ୍ୱର୍ଗତ ଅଦୈତ ଚରଣ ମହାନ୍ତିଙ୍କ ସ୍ମରଣେ ଅନ୍ୟ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା |ସ୍ୱର୍ଗତ ମହାନ୍ତିଙ୍କ ଉଦେଶ୍ୟରେ ପୁସ୍ତକ ଉନ୍ମୋଚନ ବେଳେ ତାଙ୍କ ଜ୍ୟେଷ୍ଠ ପୁତ୍ର ଅନ୍ନଦା ମହାନ୍ତି ସମେତ ପରିବାର ବର୍ଗ ଉପସ୍ଥିତ ରହିଥିଲେ | ପରେ ମୁଖ୍ୟ ବକ୍ତା ଡ଼.ମିତ୍ର  ସାହିତ୍ୟ ,ସଂସ୍କୃତି  ଓ ଆମ ପରମ୍ପରା ଉପରେ ହୃଦୟସ୍ପର୍ଶୀ ଉଦ୍ବୋଧନ ଦେଇ ସମ୍ବାଦ ସାହିତ୍ୟ ଘରର ମୁଖ୍ୟ ପୁରୋଧା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ | ସାହିତ୍ୟର ଉଦୟ ଅଛି,ଅସ୍ତ ନାହିଁ, ସାହିତ୍ୟ  ଅମର ଓ ସମାଜରେ ଅପସଂସ୍କୃତିର କଳା ବାଦଲ ଢାଙ୍କିବା ସେ କହିଥିଲେ | ପ୍ରଥମ ଅଧିବେଶନରେ ସାହିତ୍ୟ ଘର ସଭ୍ୟ ଓ ସଭ୍ୟଙ୍କୁ ନେଇ ଏକ କବିତା ପାଠ ଉତ୍ସବ ହୋଇଥିଲା | ଏଥିରେ ରବୀନ୍ଦ୍ର ମହାନ୍ତି,ରବୀନ୍ଦ୍ରନାଥ ସାମନ୍ତରାୟ,ବିଜୟ କୁମାର ବିଶ୍ୱାଳ ସ୍ମୃତିରଞ୍ଜନ ସ୍ୱାଇଁ,ସହ ସମ୍ପାଦକ ଅଜିତ୍ କୁମାର ବିଶ୍ୱାଳ,ଟୁନିପ୍ରିୟା ସାହୁ,ଜୟନ୍ତୀ ସ୍ୱାଇଁ,ଅସ୍ତରଙ୍ଗ ହାଇସ୍କୁଲର ଛାତ୍ରୀ ଜିଜ୍ଞାସା ବେହେରା, କାଳିନ୍ଦୀ ଚରଣ ଛାଟୋଇ,ଉପେନ୍ଦ୍ରନାଥ ବିଶ୍ୱାଳ,ଦିପ୍ତୀବାଳା ସ୍ୱାଇଁ,ପର୍ଶୁରାମ ସ୍ୱାଇଁ,ପ୍ରaଦୀପ୍ତ ତ୍ରିପାଠୀ ପ୍ରମୁଖ ହୃଦୟସ୍ପର୍ଶୀ କବିତାମାନ ପାଠ

କରିଥିଲେ |ପରିଶେଷରେ ୨୦୨୩-୨୪ ମସିହା ହାଇସ୍କୁଲ ପରୀକ୍ଷାରେ ବ୍ଲକସ୍ତରୀୟ ଚମ୍ପିୟାନ ୩ ଜଣ ଛାତ୍ରଙ୍କୁ କୁଳମଣି ସ୍ୱାଇଁ ସ୍ମୃତି ପୁରସ୍କାର ସୁରୂପ ଟ୍ରଫି, ମାନପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା |୨୦୨୩-୨୪ ମସିହାରେ ଅବସର ନେଇଥିବା ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା |ଅସ୍ତରଙ୍ଗ ପଞ୍ଚାୟତର ସରପଞ୍ଚ ରାମ ଚନ୍ଦ୍ର କାଣ୍ଡିଙ୍କୁ ଉତ୍ତମ ସେବା ପାଇଁ, ଉଚ୍ଚ ଶିକ୍ଷାଦାନ କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କରିବା ମହୋଦଧି ଏକାଡେମୀ କୋଣାର୍କର ମୁଖ୍ୟ ଶିକ୍ଷାବିତ ସୁବ୍ରଜିତ୍ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି ଉତ୍ସବରେ ବ୍ଲକସ୍ତରୀୟ ବିଭିନ୍ନ  ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ  ବକ୍ତୃତା ,କବିତା ଆବୃତି ଏବଂ  ନୃତ୍ୟ ଗୀତ ପ୍ରତିଯୋଗିତା ହୋଇଥିଲା | ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା  ଛାତ୍ରଛାତ୍ରୀଙ୍କୁ   ପ୍ରମାଣପତ୍ର  ସହ ପୁରସ୍କୃତ କରାଯାଇଥିଲା | ଏହି ଅବସରରେ ସମ୍ବାଦ  ସାହିତ୍ୟ ଘରର ସଂଗଠନ ସମ୍ପାଦକ ସତ୍ୟବ୍ରତ ଲେଙ୍କା,ସଂଯୋଜକ ବିପିନି ବିହାରୀ ଦାସ ଉପଦେଷ୍ଠା  ନଟକିଶୋର ମହାନ୍ତି,ତପନ କୁମାର ସାହୁ,ନାରାୟଣ  ବାରିକ ,ସ୍ମୃତିରଞ୍ଜନ ସ୍ୱାଇଁ,ସନ୍ତୋଷ  ନାୟକ ,ବିଜୟ କୁମାର ବିଶ୍ୱାଳ,ଅକ୍ଷୟ କୁମାର ମୁଦୁଲି ,କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ସ୍ୱାଇଁ,ଦିବାକର ନାୟକ ପ୍ରମୁଖ ସାହିତ୍ୟି ଘରର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଯୋଗଦେଇଥିଲେ |ଏହି ଉତ୍ସବର ସଫଳତା ଦିଗରେ ଅସ୍ତରଙ୍ଗ ସବୁଜ ଶାଖା ଅନୁଷ୍ଠାନର ସମସ୍ତ ବୃନ୍ଦ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ|କାର୍ଯ୍ୟକ୍ରମର ସମସ୍ତ ସହଯୋଗୀ ଓ ଶୁଭେଛୁକଙ୍କୁ ଅସ୍ତରଙ୍ଗ ସମ୍ବାଦ ସାହିତ୍ୟଘର ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ପଣ୍ଡିତ କାଳିନ୍ଦୀ ଚରଣ ଛାଟୋଇ ଅତିଥି ପରିଚୟ,ବାର୍ଷିକ ବିବରଣୀ ପଠନ ସହିତ ମଞ୍ଚ ପରିଚାଳନା କରିଥିଲେ |

 ଚିନ୍ମୟ ବିଶ୍ଵାଳ ଙ୍କ ରିପୋର୍ଟ 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like