-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
03-May-2025
(ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବ୍ଲକ ରାଇପାଲି ଗ୍ରାମର ବିଶିଷ୍ଠ ମୁହୁରି ବାଦକ ବଟ ସୁନା ଙ୍କ 85 ବର୍ଷରେ ପରଲୋକ ହେଇଯାଇଛି l ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ l ଆଜି ମୃତ୍ୟୁ ଖବର ପଚାରିତ ହେବାପରେ ବହୁ ମାନ୍ୟଗଣ୍ୟ ସହିତ କଳାକାର ବ୍ୟକ୍ତି ମାନେ ଶେଷ ଦର୍ଶନ କରିଥିଲେ l ସେ ନିଶାନ କଳା ସଂସଦ ର ବରିଷ୍ଠ କଳାକାର ଭାବରେ ବେଶ ପରିଚିତ ଥିଲେ l ଜିଲ୍ଲା ତଥା ରାଜ୍ୟ ସ୍ତରରେ ଶତାଧିକ କାର୍ଯ୍ୟକ୍ରମ କରିଛନ୍ତି l ଜାନୁୟାରୀ ମାସରେ ପଏଁରୀ ଅନୁଷ୍ଠାନ ତରଫରୁ ତାଙ୍କୁ ପଏଁରୀ ଲୋକକଳା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଦୀର୍ଘ ବର୍ଷରୁ ସେ ବିବାହ ତଥା ଅନାନ୍ୟା କାର୍ଯ୍ୟକ୍ରମ ରେ ସୁନ୍ଦର ମୁହୁରୀ ବାଦନ କରି ଉଚ୍ଚ ପ୍ରଶଂସିତ ହେଇଛନ୍ତି l ସେ ବହୁତ ଶିଷ୍ୟ ମାନଂକୁ ମୁହୁରୀ ଶିକ୍ଷାଦାନ ଦେଇ ଏଇ ନିଆରା ଯନ୍ତ୍ର ଟିକୁ ପ୍ରଚାର ପ୍ରସାର କରିଥିଲେ l ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁଅ ଚନ୍ଦ୍ର ସୁନା, ବିଶ୍ୱାମିତ୍ର ସୁନା ବୋହୁ ଯଶୋଦା ସୁନା, ହେମକାନ୍ତି ସୁନା, ସୁମିତ୍ରା ସୁନା ନାତୁଣୀ ପୁଷ୍ପା ସୁନା, କରିନା ସୁନା, ମଞ୍ଜୁଳା ସୁନା ଓ ବନ୍ଧୁବାନ୍ଧବ ପ୍ରମୁଖ ଉପସ୍ଥିତ ଥିଲେ l ଗ୍ରାମର ଶ୍ମଶାନରେ ତାଙ୍କର ଶବଦାହ କରାଯାଇଥିଲାବେଳେ ତାଙ୍କର ବଡ ପୁଅ ଚନ୍ଦ୍ର ସୁନା ମୁଖାଗ୍ନି ଦେଇଥିଲେ l ତାଙ୍କ ପରଲୋକରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି l