-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
03-May-2025
ବିନିକା(ହିମାଂଶୁ ଶେଖର ପୁଟେଲ) ଆଜି ସନ୍ଧ୍ୟାରେ ଅଚାନକ ପ୍ରବଳ ବେଗରେ ବୋହିଥିଲା ପବନ ।ନିମିଷକ ମଧ୍ୟରେ ଘଟି ଯାଇଥିଲା କ୍ଷତି ।କେହି ବି ନିଜ ସାମଗ୍ରୀ ଉଦ୍ଧାର କରି ପାରି ନଥିଲେ ।ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ଲୋକେ ମଧ୍ୟ ପବନର ବେଗରେ ଠେଲି ହୋଇ ପଡ଼ି ଯାଉଥିବା ଦେଖିବାକୁ ମିଳିଥିଲା।ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ସନ୍ଧ୍ୟାରେ ମାଡ଼ି ଆସିଥିଲା ଝଡ଼ ତୋଫାନ। ପରେ ପରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା ।ପବନ ସହିତ ବର୍ଷା ଯୋଗୁଁ ରାସ୍ତାଘାଟ ପୁରାପୁରି ଶୂନଶାନ ହୋଇ ପଡିଥିବା ବେଳେ ଗାଡି ମଟର ଗୁଡିକ ମଧ୍ୟ ସେହି ସ୍ଥାନରେ ହିଁ ଅଟକି ରହିଥିଲା ।ବିଶେଷ କରି ସିଂଘିଯୁବା,ବାବୁପାଲି,ଅସୁରଗଡ଼, ଫଳସାପଳି,ତାଲମୁଣ୍ଡା,ଫୁଲମୁଠି ଆଦି ଅଞ୍ଚଳରେ କାଳବୈଶାଖୀର ମହାପ୍ରକୋପ ଦେଖିବାକୁ ମିଳିଥିବା ବେଳେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । କେଉଁଠି ଗଛ ପଡ଼ି ଘରଭାଙ୍ଗି ଯାଇଥିବା ବେଳେ ଆଉ କେଉଁଠି ରାସ୍ତା ଅବରୋଧ ହୋଇଛି । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଲୋକଙ୍କ ଘର,ଚାଳ ଛପର ଓ ଆଜବେଷ୍ଟସ୍ ଉଡ଼ାଇ ନେଇଛି । ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ କାଳବୈ ଶାଖୀ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାଳବୈଶାଖୀ ର ତାଣ୍ଡବ ଲୀଳା ଦୀର୍ଘ ସମୟ ଧରି ଜାରି ରହିଥିବା ବେଳେ ଘଡଘଡି ସହ ବର୍ଷା ଓ ପବନ ଲାଗି ରହିଛି। ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବିଛିନ୍ନ ଯୋଗୁଁ ସାରା ବିନିକା ଅଞ୍ଚଳ ଅନ୍ଧାରରେ ରହିଛି ।ଅନେକ ସ୍ଥାନରେ ଗଛ ଗୁଡ଼ିକ ଢଳିପଡ଼ିବା,ଆଜ୍ବେଷ୍ଟସ୍ ଉଡ଼ିଯିବା ଯୋଗୁଁ ଲୋକେ ପ୍ରଭାବିତ ହୋଇଛନ୍ତି ।