-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
01-May-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ସ୍ଥାନୀୟ ବିଜୁ ପଟ୍ଟ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ସାନ ଡ୍ୟାନ୍ସ ଏକାଡେମୀ, ବରଗଡ଼ର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏ ଅବସରରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ସମ୍ମାନୀତ ଅତିଥି ଭାବେ
ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳ କୃଷ୍ଣ ଦାଶ, ଡ. ଡୋଲାମଣୀ ଶତପଥୀ, ଏଡ୍ଭୋକେଟ୍ ସରୋଜ
ଷଡ଼ଙ୍ଗୀ, ସମାଜସେବୀ ରାଜୁ ମହାନନ୍ଦ, ଅନନ୍ତ ମେହେର ଓ ପ୍ରକାଶ ମେହେର ମଂଚାସିନ ଅତିଥି ରୂପେ ଉପସ୍ଥିତ ଥିଲେ
। ପ୍ରଥମେ ଦୀପ ପ୍ରଜ୍ଵଳନ କରି ମାଁ ସମଲେଇଙ୍କ ପୂଜାର୍ଚ୍ଚନା କରାଯିବା ପରେ ନେହେରୁ ସରାଫଙ୍କ ସଭାପତିତ୍ୱରେ
ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏ ଅବସରରେ ସାନ ଡ୍ୟାନ୍ସ ଏକାଡେମୀର କୁନି କୁନି ଛାତ୍ର ଛାତ୍ରୀମାନେ ସୁନ୍ଦର ନୃତ୍ୟ
ପରିବେଷଣ କରି ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ସାନ ଡ୍ୟାନ୍ସ ଏକାଡେମୀର ଅଧ୍ଯକ୍ଷ କୁଶ ମଲ୍ଲିକ (ସାନ ସାର) ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରୋଶନ ପଣ୍ଡା, ଖୁସ୍ବୁ ସୁନା, ମାନସ, ଅଜୟ ଦୁବେ ପ୍ରମୁଖ ସହଯୋଗ କରିଥିଲେ ।