-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ରାସନ ବିତରଣ କେନ୍ଦ୍ର ସ୍ଥାନାନ୍ତରକୁ ଅସରଡ଼ା ଗ୍ରାମବାସୀଙ୍କ ଅସନ୍ତୋଷ

30-Apr-2025



ଢେଙ୍କାନାଳ(ଉଦୟଭାନୁ ସାହୁ): ରାଜ୍ୟ ସରକାର ଗରିବ ଲୋକଙ୍କ ପାଖରେ ହାତ ପାହନ୍ତାରେ ଖାଉଟି ସାମଗ୍ରୀ ପହଞ୍ଚାଇବା ସହ ସଧାରଣ ଲୋକଟିଏ ଯେମିତି ଭୋକ ଉପାସରେ ନରହିବ ସେନେଇ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ପରିବାର ପ୍ରତି ସଦସ୍ୟଙ୍କୁ ମାସକୁ ପାଞ୍ଚ କେଜି ଚାଉଳ ଓ ଅନ୍ତୋଦୟ ଯୋଜନାରେ ପ୍ରତି ପରିବାରକୁ ମାସକୁ ୩୫ କେଜି ଚାଉଳ ସରକାର ପ୍ରତି ମାସରେ ଯୋଗାଇ ଦେଉଛନ୍ତି। ତେବେ ହିନ୍ଦୋଳ ନିର୍ବାଚନମଣ୍ଡଳିରେ ଦେଖାଦେଇଛି ପ୍ରତିଶୋଧମୂଳକ ରାଜନୀତି, ପ୍ରଭାବଶାଳୀ ରାଜନେତାଙ୍କ ହାତବାରିସୀ ସାଜିଛି ପ୍ରଶାସନ।ଜନସାଧାରଣ ତଥା ଖାଉଟିଙ୍କ ମୌଳିକ ଅଧିକାର ମୌଳିକ ସୁବିଧାକୁ ପାଦରେ ଦଳି ଦିଆଯାଉଛି ହିନ୍ଦୋଳରେ କେତେଜଣ ପ୍ରଭାବଶାଳି ପ୍ରତିଶୋଧ ପରାୟଣ ନେତାଙ୍କ ନିର୍ଦେଶରେ।  ରାସନ ସାମଗ୍ରୀ ପାଇଁ ହିନ୍ଦୋଳ ବ୍ଲକ ଉପଖଣ୍ଡ ଅସରଡ଼ା ପଞ୍ଚାୟତ ଅସରଡ଼ା ଗ୍ରାମବାସୀ ଅସନ୍ତୋଷ ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l
 ସୂଚନା ଅନୁଯୟୀ ଗ୍ରାମର ସରସ୍ଵତୀ ଦେହୁରୀଙ୍କ ନାମେ ୨୭ ବର୍ଷ ତଳେ ରାସନ ବିତରଣ କେନ୍ଦ୍ର ଥିବା ବେଳେ ଏହି ନିକଟରେ ଏହି କେନ୍ଦ୍ରରୁ ପାଉଥିବା ମୋଟ ୨୩୫ ଜଣ ହିତାଧିକାରୀଙ୍କୁ ନିକଟସ୍ଥ ବାରସିଂଗା ଗ୍ରାମକୁ ଯାଇ ସେଠାରୁ ରାସନ ସାମଗ୍ରୀ ଆଣିବାକୁ ସ୍ପଷ୍ଟ ସୂଚନା ଦେଇଛି ପ୍ରଶାସନ । ଫଳରେ ହିତାଧିକାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ବାରସିଂଗା ଡିଲର ପଏଣ୍ଟଟି ବାରସିଂଗା ଗ୍ରାମଠାରୁ ପାଖାପାଖି ୨କିମି ହୋଇଥିବା ବେଳେ ବରିଷ୍ଠ ଵୟୋବୃଦ୍ଧ, ଦିବ୍ୟାଙ୍ଗ ଓ ଅସୁସ୍ଥ ନାଗରିକମାନେ ଏତେ ଦୂରରୁ ରାସନ ସାମଗ୍ରୀ ଆଣିବା କଷ୍ଟ କର ହୋଇ ପଡ଼ିବ ବୋଲି କହିଛନ୍ତି। ଗ୍ରାମରେ ବହୁ ଦିବ୍ୟାଙ୍ଗ ଥିବାବେଳେ ଆଉ କେତେକ ଛୋଟ ପରିବାରରେ କମ୍ ସଦସ୍ୟ ଥିବାବେଳେ ରାସନ ସାମଗ୍ରୀର ମୂଲ୍ୟ ଠାରୁ ଅଟୋ ଭଡା ଅଧିକା ହୋଇଯିବ। ସେହିଭଳି ଅସରଡ଼ାରୁ ବାରସିଂଗା କୁ ଯିବାକୁ ହେଲେ ଛୋଟ ଜଙ୍ଗଲ ଟିଏ ପଡୁଥିବାରୁ ଏଠାରେ ହାତୀ,ସାପ ଓ ହିଂସ୍ର ବନ୍ୟଜନ୍ତୁ ଭୟ ରହିଛି। ଏ ସମସ୍ତ ସମସ୍ୟାକୁ ନେଇ ଚଳିତ ମାସରେ ହିତାଧିକାରୀ ମାନେ ବାରସିଂଗା ଡିଲର ପଏଣ୍ଟରୁ ରାସନ ସାମଗ୍ରୀ ଗ୍ରହଣ କରି ନାହାନ୍ତି। ଅସରଡ଼ା ଗ୍ରାମର କୁନି ନାଏକ, ସାବିତ୍ରୀ ନାଏକ, ଚନ୍ଦ୍ରମଣି ନାଏକ, ବନ ବେହେରା, ଦିଗାମ୍ବର ସାହୁ,  ପ୍ରମିଳା ନାଏକ , ରବି ନାଏକ, ଗୁରୁବାରି ନାଏକ, ଅଭିରାମ ନାଏକ, କୋଇଲି ନାଏକ, ଜୁଆଣି ବେହେରା ପ୍ରମୁଖ କୁହନ୍ତି ଭୋକ ଉପବାସରେ ରହିବୁ ପଛେ ଏତେ ଦୂର ଯାଇ ରାସନ ସାମଗ୍ରୀ ଆଣିବା ଆମ ପକ୍ଷେ ସମ୍ଭବପର ନୁହଁ। ଏ ସମସ୍ୟା ନେଇ ହିତାଧିକାରୀ ମାନେ ହିନ୍ଦୋଳ ଉପଜିଲ୍ଲାପାଳ, ହିନ୍ଦୋଳ ବିଡ଼ିଓ, ଓ ଯୋଗାଣ ଅଧିକାରୀ ହିନ୍ଦୋଳଙ୍କୁ ଲିଖିତ ଭାବେ ଜଣାଇ ଥିବା କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like