-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ମାରୱାଡ଼ିପଡ଼ା ନିବାସୀ ଶ୍ୟାମ ସୁନ୍ଦର ଅଗ୍ରୱାଲା ଓ ତାଙ୍କ ଧର୍ମପତ୍ନୀ ସ୍ୟlମଦେବି ଅଗ୍ରୱାଲଙ୍କ ଵିଵାହ 50 ବର୍ଷ ପୂର୍ତ୍ତିକୁ ଏକ ନିଆରା ଢଙ୍ଗରେ ପାଳନ କରି ଆଜି ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ଦେବୀ ଦୁର୍ଗାଙ୍କ ମନ୍ଦିରକୁ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି ।ସୂଚନା ଯୋଗ୍ୟ ଯେ ମାଁ ଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ହୁଏ।ଭକ୍ତଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ମନ୍ଦିର ତରଫରୁ ବିଭିନ୍ନ ସମୟରେ ହେଉଥିବା ପୂଜା ବିଧିର ବ୍ୟବସ୍ଥା ପାଇଁ ସବୁଦିନିଆ ପାନୀୟ ଜଳର ଆବଶ୍ୟକ ଥିବାରୁ ଏହି ସମସ୍ୟାକୁ ଅଗ୍ରୱାଲ ଦମ୍ପତି ଦୂର କରିଛନ୍ତି l ଏଥିପାଇଁ ଆବଶ୍ୟକୀୟ ସମସ୍ତ ସାମଗ୍ରୀ ଯୋଗାଇ ଦେବାସହ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି l ଠିକ ସେହିପରି ଟିଟୁ ପାଣିଗ୍ରାହୀଓ ତାଙ୍କ ଧର୍ମପତ୍ନୀ ମୌସୁମୀ ପାଣିଗ୍ରାହୀ ମଧ୍ୟ ମନ୍ଦିରକୁ ଏକ ଇନଭେଟର ଦାନ କରିଛନ୍ତି ।ଏହି ଅବସରରେ ଦୂର୍ଗା ମନ୍ଦୀର କମିଟି ତରଫରୁ ଏକ ବୈଠକ କରାଯାଇ ମନ୍ଦିର ସେବାରେ ସମର୍ପି ଉଭୟ ଦମ୍ପତିକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।