-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ଢେଙ୍କାନାଳ(ଉଦୟଭାନୁ ସାହୁ): ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ପରିସର ରେ ଶୁକ୍ରଵାର ବାଵା ସାହେବ ଡ. ଭୀମରାଓ ଆମ୍ବେଦକର ସମ୍ମାନ ଅଭିଯାନ ନିମନ୍ତେ ଏକ ଜିଲ୍ଲାସ୍ତରିୟ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ସଭାପତି ତଥା କାର୍ଯ୍ୟକ୍ରମର ସଂଯୋଜକ ଆଡଭୋକେଟ୍ ନରେଶ ଚନ୍ଦ୍ର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ସମ୍ମାନିତ ଅତିଥିଭାବେ କାଉନସିଲର ପ୍ରଦୀପ ନାଏକ ଓ ପ୍ରତାପ ନାଏକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସହ ସଂଯୋଜକ ସଞ୍ଜିବ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ବାଲ୍ୟଜୀବନ ଓ ସମାକ ପାଇଁ ତାଙ୍କର ଉତ୍ସର୍ଗିକୃତ ଅବଦାନ ସଂପର୍କରେ ସଂଯୋଜକ ନରେଶ ଚନ୍ଦ୍ର ମହାପାତ୍ର ମାର୍ଗଦର୍ଶନ କରାଇଥିବା ସମୟରେ ଅତିଥିବୃନ୍ଦ ତାଙ୍କର ଜୀବନ ଦର୍ଶନ ଓ ଶିକ୍ଷାଉପରେ ଆଲୋକପାତ କରିବାସହ ତାଙ୍କରି ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରର ସାମଗ୍ରିକ ବିକାଶରେ ସାମିଲ ହେବାକୁ ମାର୍ଗଦର୍ଶନ କରାଇଥିଲେ। ଉକ୍ତ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ବହୁ ଦଳିତ, ପଛୁଆବର୍ଗ ଜନସାଧାରଣ ଯୋଗ ଦେଇଥିଲେ। ଶେଷରେ କାର୍ଯ୍ୟକ୍ରମର ଅନ୍ୟତମ ସହ ସଂଯୋଜକ ଲକ୍ଷ୍ମୀଧର ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।