-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Apr-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ )ଦୀର୍ଘ ବର୍ଷ ରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲା କୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜ ର ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ ବ୍ରିଜ ର ଉଭୟ ପଟ ରେ ଅନେକ ଗାତ ହୋଇ ପଡିଛି l ଯା ଦ୍ବାରା କି ପଶ୍ଚିମ ଓଡ଼ିଶା ରୁ ପୂର୍ବ ଓଡ଼ିଶା କୁ ପ୍ରତ୍ୟହ ଯିବା ଆସିବା କରୁଥିବା ହଜାର ହଜାର ଯାନ ବାହନ ଓ ସଧାରଣ ଲୋକ ବହୁ ସମୟରେ ଦୁର୍ଘଟଣା ର ଶିକାର ହେଉଥିବା ଜଣା ପଡ଼ିଛି l ବୌଦ୍ଧ ଏନ୍ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନ କୁ ପବ୍ଲିକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନି l ଲୋକ ଙ୍କ ଜୀଵନ ସୁରକ୍ଷା ପାଇଁ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ର ସ୍ବେଛାସେବୀ ତେଲ ବ୍ରିଜ ଏନ୍ ଏଚ ୫୭ ରେ ଥିବା ବଡ ବଡ ଖାଲ କୁ ଇଟା ପଥର ପକାଇ ପୋତି ଛନ୍ତି l ଏ କାର୍ଯ୍ୟରେ କିଛି ସମୟ ରାସ୍ତା ରେ ଗାଡ଼ି ମଟର ଅଟକି ଯାଇ ଥିଲା, ହେଲେ ଲୋକେ ବିରକ୍ତି ପ୍ରକାଶ ନ କରି ଓଲଟା ସ୍ବେଛାସେବୀ ଙ୍କୁ ପ୍ରଶଂସା କରି ଜିଲ୍ଲା ପ୍ରଶାସନ ପାଇଁ ଏହା ଲଜ୍ଜା ବୋଲି ସମାଲୋଚନା କରିଥିଲେ l ଏ ମହତ୍ କାର୍ଯ୍ଯ ରେ ରାସ୍ତା ରେ ଯିବା ଆସିବା କରୁଥିବା ଗୋଟାଏ ଜେସିପି ଗାଡି ଓ କିଛି ସାଧାରଣ ଲୋକ ବି ସହଯୋଗ ର ହାତ ବଢ଼ାଇ ଛନ୍ତି l ସ୍ୱଚ୍ଛ ଭାରତ ସଂଗଠନ ର ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ଓ ମନୋରଞ୍ଜନ ତ୍ରୀପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସ୍ବେଛାସେବୀ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ପ୍ରହଲ୍ଲାଦ ମିଶ୍ର, କଳା କାହୁଁ ଦାଶ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରମୋଦ ମହାଣା, ନାରାୟଣ ରଥ, ନିଲୁ ଖଣ୍ଡଗିରି, ରତନ ନାଗ ପ୍ରମୁଖ ସଙ୍ଗଠନ ର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ୨୦୧୪ ମସିହା ରୁ ଏ ସଂଗଠନ ର କର୍ମକର୍ତା ଏଇ ତେଲ ବ୍ରିଜ ର ବାଲି ସଫେଇ, ପୋଲ ର ଖାଲ ପୋତିବା ସେବା କାମ କରି ଆସୁଛନ୍ତି l ଯାହାକି ଉଭୟ ଜିଲ୍ଲା ର ଲୋକେ ଓ ହଜାର ଯାତ୍ରୀ ଏ ସ୍ବେଛାସେବୀ ଙ୍କୁ ପ୍ରଶଂସା କରିଛନ୍ତି l