-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Apr-2025
ବଲାଙ୍ଗୀର(ପ୍ରେରଣା ଖବର) ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ପରିଚାଳିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, କନ୍ଧପାଲି ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଗେଟସରୋବର ପଡ଼ା ବି.ଆର ଆମ୍ବେଦକର କ୍ଲବ ଠାରେ ଅନୁଷ୍ଠିତ ହେଇଥିଲା। ଏହି ସ୍ବାସ୍ଥ୍ୟ ଶିବିରରେ ମାଗଣା ବିଭିନ୍ନ ପରୀକ୍ଷା, ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ଓ ମାଗଣା ଔଷଧ ସେବା ଯୋଗାଇ ଦିଆଯାଇ ଥିଲା । ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ, କନ୍ଧପାଲି ଆରୋଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ସ୍ବାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡ଼ାକ୍ତର ଗୌରିଶଙ୍କର ଦାସ, ଶାରୀରିକ ଚିକିତ୍ସକ ସତ୍ୟବ୍ରତ ସାହୁ,
ଯୋଗଦେଇ ରୋଗୀ ପରୀକ୍ଷା କରିବା ସହିତ ଔଷଧ ଚିଠା ଦେଇଥିଲେ। ଶିବିରକୁ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ।ଏହି ସ୍ବାସ୍ଥ୍ୟ ଶିବିରକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଡି.ପି.ଏକ.ଓ .ଦିବ୍ୟ କିଶୋର ପତି, ଏପିଏମ ରାମାନୁଜ ପଣ୍ଡା ତଦାରଖ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ୧୦୨ ରୁ ଉର୍ଦ୍ଧ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ। ସମସ୍ତଙ୍କ ସହଯୋଗରେ ଏହି ଶିବିର ଟି ପରିଚାଳିତ ହେଇଥିଲା।
---------------