-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
02-Apr-2025
ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ମଲମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଟେଲ ସଂଯୋଜନା କରିଥିବା ବେଳେ ପରିଚାଳନା କମିଟି ସଭାପତି ନନ୍ଦଲାଲ ସେଠ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍ବ ପ୍ରଥମେ ଅତିଥିମାନେ ମା ବାଗ୍ଦେବୀ ଓ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ ପରେ ସମସ୍ତ ଶିକ୍ଷାର୍ଥିଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ୫ ରୁ ୬ ବର୍ଷର ପିଲାଙ୍କୁ ଶିଶୁ ବାଟିକା ଶ୍ରେଣୀ ଓ ୬ ରୁ ଉର୍ଦ୍ଧ୍ବ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀ ରେ ଖଡ଼ି ଛୁଆଁ ସହ ନାମ ଲେଖା ଯାଇଥିଲା। ଏହି ଅବସରରେ ଶିଶୁ ବାଟିକା କିଟ ଓ ମିଷ୍ଟାନ୍ନ ବଣ୍ଟନ ବିଦ୍ୟାଳୟ ତରଫରୁ କରାଯାଇଥିଲା । ବିଦ୍ୟାଳୟ ଅଭିଭାବକ ସଂଘ ସହ ଶିକ୍ଷୟିତ୍ରୀ ରଞ୍ଜିତା ଜେନା, କଳ୍ପନା ରାଣୀ ପଟେଲ, ଇତିଶ୍ରୀ ଦାଶ ଓ ଶିକ୍ଷକ କାହ୍ନ। ସାହୁ ସହଯୋଗ କରିଥିଲେ ।