-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ସାମୂହିକ ଔଷଧ ସେବନ ପୂର୍ବରୁ ରକ୍ତ ନମୁନା ସଂଗ୍ରହ କାର୍ଯ୍ୟକ୍ରମ

01-Apr-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ମେହେରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଫାଇଲେରିଆ ରୋଗର ନିରାକରଣ ପାଇଁ ସାମୂହିକ ଭାବେ ଔଷଧ ସେବନ ପୂର୍ବରୁ ରାତିରେ ରକ୍ତ ନମୁନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ଅର୍ଡା ଗ୍ରାମରେ ରକ୍ତ ନମୁନା ସଂଗ୍ରହ ଓ ସାମୂହିକ ଔଷଧ ସେବନ ହୋଇ ସାରିଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ତା ୩୧.୦୩.୨୦୨୫ ରିଖ ରାତ୍ର ସମୟରେ ବିଜେପୁର ନିକଟସ୍ଥ ବାଉଁଶପଲା ଗ୍ରାମରେ ମୋଟ ୩୦୭ ଜଣଙ୍କ ରକ୍ତ ନମୁନା ସଂଗ୍ରହ କଲାପରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ ଫାଇଲେରିଆ ନିରାକରଣ ସକାଶେ ଦିର୍ଘବର୍ଷ ହେବ ଏଇ ପ୍ରକ୍ରିୟା ଚାଲି ଆସୁଅଛି। କାର୍ଯ୍ୟକ୍ରମର ସଫଳତା ତଥା ଆବଶ୍ୟକତା ପରଖିବା ପାଇଁ ପୂର୍ବରୁ ବ୍ଲକର ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରୁ ରାତି ସମୟରେ ଏଭଳି ରକ୍ତ ନମୁନା ସଂଗ୍ରହ କରା ଯାଇଥାଏ।ଏହି ଆଧାରରେ ବିଜେପୁର ବ୍ଲକର ସର୍ବମୋଟ ଚାରୋଟି ସ୍ଥାନରେ ରାତିରେ ରକ୍ତ ନମୁନା   ସଂଗ୍ରହ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ତା ୦୧.୦୪.୨୦୨୫ ରିଖ ମଙ୍ଗଳବାର ଅର୍ଥାତ୍ ଆଜି ଓ ତା ୦୨.୦୪.୨୦୨୫ ରିଖ ବୁଧବାର ଯଥାକ୍ରମେ ବିଜେପୁର ଓ ପଡ଼ା ଗ୍ରାମରେ ରାତିରେ ରକ୍ତ ନମୁନା ସଂଗ୍ରହ ଅଭିଯାନ ହେବ ବୋଲି ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଚରଣ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି।ଏଇ ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ କର୍ମଚାରୀ ସୁପରଭାଇଜର ରଣଜିତ ବେହେରା, ଅମିତ କୁମାର ସାହୁ,ଏଲ.ଟି ପଦ୍ମଲୋଚନ ସାହୁ,ଏଲ.ଟି ରାଜେଶ ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ପିରବତୀ ମାଝି, ମହିଳା ସ୍ୱାସ୍ଥ୍ୟ କର୍ମୀ କାବ୍ୟାକାନ୍ତୀ ଗିରି, ଆଶାକର୍ମୀ ଭାନୁମତୀ ତୁମନିଆ, ଅଙ୍ଗନବାଡ଼ି କର୍ମୀ ଶାନ୍ତିଲତା ଦାସ ଏବଂ ବିଳାସିନୀ ଷଣ୍ଢ ଆଦି ଯୋଗଦେଇ ସକ୍ରିୟ ଭାବରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like